ଆଜିଠୁ ଓଡିଶାକୁ ଭିଜାଇବ ବର୍ଷା; ୨୬ଯାଏଁ ରହିବ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଯାହା ୨୬ଯାଏଁ ଏଭଳି ରହିବ ବୋଲି ଜଣାପଡିଛି । ଆଜି ପଶ୍ଚିମ ଓଡ଼ିଶାର କେତେକ ଅଂଚଳ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଦେଓଗଡ, କେଉଁଝର ଓ ମୟୂରଭଂଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ପାଗ ଶୁଖିଲା ରହିବ । ପ୍ରବଳ ବର୍ଷା ପାଇଁ କଟକ, ଯାଜପୁର, ଭଦ୍ରକ, ସୋନପୁର, ନୟାଗଡ଼, ବୌଦ୍ଧରେ ଘଡଘଡି ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି  ୨୫ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦୁଝର, ଯାଜପୁରରେ ବର୍ଷିବା ସମ୍ଭାବନା ରହିଛି । ୨୬ ତାରିଖରେ କେବଳ ଗୋଟିଏ ୨ଟି ସ୍ଥାନରେ ବର୍ଷା ହେବ । ୨୭ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହୋଇ ତାତି ବଢିବ ବୋଲି  ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।