ଭୁବନେଶ୍ୱର: ଘୂର୍ଣ୍ଣିବଳୟ କାରଣରୁ ରାଜ୍ୟର କିଛି ସ୍ଥାନରେ ୨ ଦିନ ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗି ରହିବ । ଏହାସହ ୩୦ ରୁ ୪୦ ପବନ ହେବା ସହ ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ଏହାପରଠାରୁ ଅର୍ଥାତ୍ ୧୦ ତାରିଖ ପର୍ଯ୍ୟନ୍ତ ଶୀତ ବଢ଼ିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
ଗତ ୩ଦିନ ଭଳି ଆଜି ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା ୯ତାରିଖ ଯାଏଁ ଏପରି ପାଗ ଓ ବର୍ଷା ଲାଗି ରହିବ । ଆଜି, କାଲି ବର୍ଷା ହେବ । ନୟାଗଡ଼, ପୁରୀ , ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ହେବ । ତେବେ ଆସନ୍ତା ୧୦ ତାରିଖ ପରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ୧୦ ତାରିଖ ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଘନ କୁହୁଡ଼ି ପଡ଼ିବା ସହ କିଛି ସ୍ଥାନରେ ଶୀତର ପ୍ରକୋପ ବଢିବ ବୋଲି ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଗତ ୩ଦିନ ହେଲା ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୩୩ ମିମି ବର୍ଷା ରେକର୍ଡ଼ କରାଯାଇଛି ।