ଏନପିଆରକୁ କ୍ୟାବିନେଟ୍ ରେ ମଞ୍ଜୁରୀ

ଖର୍ଚ୍ଚ ହେବ ୪ ହଜାର କୋଟି

ନୂଆଦିଲ୍ଲୀ: ଦେଶବ୍ୟାପି ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ଲାଗି ରହିଥିବାବେଳେ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଜାତୀୟ ଜନଗଣନା ପଞ୍ଜିକା(ଏନପିଆର)କୁ ମଞ୍ଜୁରୀ ଦେଇଛି। ଏନପିଆରକୁ ଅପଡେଟ କରିବା ପାଇଁ କ୍ୟାବିନେଟ ୩,୯୪୧.୩୫ କୋଟି ଦେଇଛନ୍ତି। ସେହିପରି ୨୦୨୧ ଜନଗଣନା ପାଇଁ ଖର୍ଚ୍ଚ ହେବାକୁ ଥିବା ୮,୭୫୪.୨୩ କୋଟି ଟଙ୍କା ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଆଜି କେନ୍ଦ୍ର କ୍ୟାବିନେଟ ୨୦୧୮-୧୯ରେ ସ୍ୱଦେଶ ଦର୍ଶନ ସ୍କିମ ଅଧୀନରେ ଘୋଷଣା କରିଥିବା ୧୦ଟି ପ୍ରକଳ୍ପ ପାଇଁ ୬୨୭.୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ସେହିପରି ନୂଆ ପ୍ରକଳ୍ପ ପାଇଁ ୧୮୫୪.୬୭ କୋଟି ଟଙ୍କା ଉପରେ କ୍ୟାବିନେଟ ମୋହର ମାରିଛି।