ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...

ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ ହେବା ପରେ ରବିବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ମାତ୍ର ପରିବାର ଲୋକେ ତାଙ୍କୁ ମଙ୍ଗଳବାର ସଂନ୍ଧ୍ୟା ଯାଏଁ ଡାକ୍ତରଖାନାରେ ରଖିଥିଲେ । ହେଲେ ଘରକୁ ଯିବା ପରେ ବୁଧବାର ଦିନ ୧୨ଟା ୨୦ମିନିଟରେ ପ୍ରାଣତ୍ୟାଗ କରିଛନ୍ତି ।ମିମିକ୍ରି କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଣୁ ୧୯୯୬ ମସିହାରେ ଫିଲ୍ମ ‘ସମ୍ପ୍ରଦାୟମ’ରୁ ଡେବ୍ୟୁ କରିଥିଲେ । ‘ମାଷ୍ଟର’, ‘ନୁଭୁଲେ ନୁଭୁଲେ’, ‘ଯୁବରାଜ’,‘ ଦିଲ୍’, ‘ଆରୟା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।

Spread the love
Categories
ମନୋରଞ୍ଜନ

RELATED BY