ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ; ୧୫ କଲେଜକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇଛି । ସେସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଚଳିତବର୍ଷ କାହିଁକି ନାମଲେଖା ରଦ୍ଦ ହେବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ଆସନ୍ତା ସପ୍ତାହେ ଭିତରେ ନୋଟିସର ଉତ୍ତର ରଖିବାକୁ ସଂପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା ।

ଚଳିତବର୍ଷ ରାଜ୍ୟରେ ପାସ ହାର ୭୦ ପ୍ରତିଶତ ରହିଛି । ୨୦ଟି ସ୍କୁଲରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ରେଜଲ୍ଟ ଥିଲା ନିଲ୍ ।