ମୁମ୍ୱାଇ : ସଲମାନ୍ ଖାନ୍ ଏବେ ତାଙ୍କର ଅପକମିଂ ଫିଲ୍ମ “ରାଧେ” ଓ “କଭି ଇଦ୍ କଭି ଦିୱାଲି” ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତେବେ ସଲମାନ୍ ଫିଲ୍ମ “ରାଧେ” ପାଇଁ ଦିଶା ପଟାନୀକୁ କାଷ୍ଟ କରିଥିବାବେଳେ “କଭି ଇଦ୍ କଭି ଦିୱାଲି” ପାଇଁ ପୂଜା ହେଗଡେଙ୍କୁ କାଷ୍ଟ କରିଛନ୍ତି । ତେବେ ସଲମାନ୍ ପ୍ରଥମ କରି ପୂଜାଙ୍କ ସହ ରୋମାନ୍ସ କରିବାର ଦର୍ଶକ ଦେଖିବାକୁ ପାଇବେ । ଏବେ ପୂଜାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ପୂଜା ଏହି ଫିଲ୍ମ ପାଇଁ ଫିସ୍ ବଢ଼ାଇଥିବା ଜଣାପଡିଛି ।
ଫିଲ୍ମ ପ୍ରଯୋଜକ ସାଜିଦ୍ ନାଦିୱାଦୱାଲାଙ୍କ ଏହି ଫିଲ୍ମ ତାଙ୍କୁ ନିଜ ଫିସର ୪ଗୁଣା ବୃଦ୍ଧି କରି ଡିମାଣ୍ଡ କରିଛନ୍ତି । ଯେଉଁଥିରେ ସାଜିଦ୍ ମଧ୍ୟ ରାଜି ହୋଇଛନ୍ତି । ତେବେ ଫିଲ୍ମ ପାଇଁ ପୂଜା ସାଇନ୍ ମଧ୍ୟ କରିସାରିଥିବା ଜଣାପଡିଛି । ତେବେ ପୂଜା ସାଜିଦ୍ ଙ୍କ ପୂର୍ବ ଫିଲ୍ମ “ହାଉସଫୁଲ-୪” ରେ ଏତେ ଫିସ୍ ଡିମାଣ୍ଡ କରି ନ ଥିଲେ । ମାତ୍ର ଦର୍ଶକଙ୍କ ଭଲ ପାଇବା ଏତେ ମାତ୍ରାରେ ପୂଜା ପ୍ରତି ବଢ଼ିଯାଇଛି ଯେ, ଯେଉଁଥିପାଇଁ ପୂଜା ଏବେ ଫିସ୍ ବଢ଼ାଇ ଦେଇଥିବା ଜଣାପଡିଛି ।