ଗାନ୍ଧୀ ଜୟନ୍ତୀରୁ ୬ ସହରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ବ୍ୟାନ୍ହେବ ପଲିଥିନ୍ ପ୍ଲାଷ୍ଟିକ୍ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ଏହା ଉପରେ ପ୍ରତିବନ୍ଧ ଲାଗିବ ପରେ ସାରା ରାଜ୍ୟରେ ଏହି ପ୍ରତିବନ୍ଧକ ଲାଗିବ ପଲିଥିନ୍ ପ୍ଲାଷ୍ଟିକ୍ଜାତ ସାମଦ୍ରୀ ତିଆରି କରୁଥିବା କଂପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯିବା ସହ ଜରିମାନା ଆଦାୟ ହେବ ସେହିଭଳି ପଲିଥିନ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକରୁ ସଚେତନ ସୃଷ୍ଟିକରିବେ ସାରା ରାଜ୍ୟରେ ଥିବା ମ୍ୟୁନିସାପଲିଟି ଏନ୍ଏସ୍ କର୍ତ୍ତୃପକ୍ଷ

 ପଲିଥିନ୍ ପ୍ଲାଷ୍ଟିକ୍ବ୍ୟାନ୍ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସହରରେ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରତିବନ୍ଧକ ଲାଗିବ । ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସହରର ଗୁଡିକରେ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହେବ । ତେବେ ୫୦ ମାଇକ୍ରନ୍ ତଳକୁ ଥିବା ପଲିଥିନ୍ ବ୍ୟବହାର ଉପରେ ଏହି ପ୍ରତିବନ୍ଧକ ଲାଗୁହେବ। ସେହିଭଳି ୨୦୦ ମିଲିଲିଟର ତଳକୁ ପ୍ଲାଷ୍ଟିକ ବଟଲ୍ତିଆରି ବ୍ୟବହାର ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗିବ ।ଏହାଠାରୁ ଅଧିକ ମିଲିଲିଟର ପ୍ଲାଷ୍ଟିକ ବୋତଲ କୌଣସି ଦୋକାନୀ କିମ୍ବା କଂପାନୀ ତିଆରି ଓ ବ୍ୟବହାର କଲେ ଏହା ଗ୍ରାହକଙ୍କ ଠାରୁ ସଂଗ୍ରହ କରିବା ବ୍ୟବସ୍ଥା କରିବେ । ମାସେ ପର୍ଯ୍ୟନ୍ତ ଜରିମାନା ଆଦାୟ ଓ ଗିରଫଦାରି ଉପରେ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି । ସେତେ ପର୍ଯ୍ୟନ୍ତ ଏ ଦିଗରେ ବିଭିନ୍ନ ଦୋକାନୀ, କଂପାନୀ ଲୋକଙ୍କୁ ସଚେତନ କରାଯିବ । ବିଭିନ୍ନ ମ୍ୟୁନିସପାଲଟି ଓ ଏନ୍‌ଏସ୍ କର୍ତ୍ତୃପକ୍ଷ ଏନେଇ ସଚେତନତା ସୃଷ୍ଟି କରିବେ ।

ନଭେମ୍ବର ୨ ପରେ କିନ୍ତୁ ପ୍ଲାଷ୍ଟିକ୍ ଓ ପିଲିଥିନ୍‌ ତିଆରି କରୁଥିବା କଂପାନୀ ଓ ବିକ୍ରି କରୁଥିବା ଦୋକାନୀ ଉପରେ ଜରିମାନା ଆଦାୟ ସହ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ପଲ୍ୟୁସନ୍ କଣ୍ଟ୍ରୋଲ୍‌ ବୋର୍ଡର ସଦସ୍ୟଙ୍କୁ ଚଢାଉ ଓ ଜରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି । ସେହି ପିଲିଥିନ୍‌ର ବିକଳ୍ପ ଭାବେ ଠୁଙ୍ଗା, କାଗଜ ଖଲି, କାଗଜ ବ୍ୟାଗ, ପତ୍ର ଖଲି ଆଦି ବ୍ୟବହରା କରିବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥା ଏହି ସବୁ ଜିନିଷ ଉତ୍ପାଦନ ପାଇଁ ଆର୍ଥିକ ସହାୟତା ନେବାକୁ ଚାହିଁବେ ତେବେ ଓଡ଼ିଶା ଏନଭର୍ଣ୍ଣମେଣ୍ଟ ମ୍ୟାନେଜମେଣ୍ଟ ଫଣ୍ଡରୁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ପାର୍ବଣ ଆସୁଥିବାରୁ ପୂଜା ମଣ୍ଡପରେ ପଲିଥିନ୍ ଓ ପ୍ଲାଷ୍ଟିକ ସିଟ୍‌ ବ୍ୟବହାର ନେଇ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏବେ ଅପେକ୍ଷା ରାଜ୍ୟସରକାଙ୍କର ଏଭଳି ପଦକ୍ଷେପକୁ ରାଜ୍ୟବାସୀ କେତେ ମାତ୍ରାରେ ଏବଂ କେତେ ଆଗ୍ରହର ସହିତ ଗ୍ରହଣ କରିପାରୁଛନ୍ତି  ।