ମତଦାନବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ମତଦାନବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି।ସେ ବିଜେପି ଦଳରେ କାମ କରୁଥିଲେ ।

ମୃତ ପୋଲିଂ ଏଜେଣ୍ଟ ହେଉଛନ୍ତି ୬୪ ବର୍ଷୀୟ ଶୁକଦେବ ପଟ୍ଟନାୟକ । ଶନିବାର ମତଦାନ ଚାଲିଥିବାବେଳେ ଶୁକଦେବ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ରାସୋଳ ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।