ପିପିଲିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା କହି ଧାରଣା ଦେଲେ ବିଜେପି ପ୍ରାର୍ଥୀ

ପିପିଲି : ପିପିଲିରେ ରାଜନୈତିକ ହିଂସା ଅଭିଯୋଗ । ବିଜେପି ରାଲିରେ ଯାଉଥିବା ଯୁବକକୁ ବିଜେଡି କର୍ମୀ ମାଡ ମାରି ଗାଡି ଚାବି ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଧାରଣା ଦେଇଛନ୍ତି । ଆଶ୍ରିତ ପଟ୍ଟନାୟକ ରାଲି ଛାଡି ସହଜପୁର ପଞ୍ଚାୟତ ରାଇରଗପୁରରେ ଧାରଣା ଦେଇଛନ୍ତି । ତାଙ୍କ ସହ ବିଜେପିର ଶତାଧିକ କର୍ମୀ ମଧ୍ୟ ଧାରଣା ଦୋଇଥିବା ଦେଖିବାକୁ ମିଳିଛି ।