ଦଶପଲ୍ଲା : ସବୁ ଦଳକୁ କାଳ ଏକାଧିକ ଆଶାୟୀ


ରାଜନୈତିକ ଦଳମାନଙ୍କର ଆଶାୟୀ ପାର୍ଥୀ ତାଲିକା ଲମ୍ବୁଛି

ନୟାଗଡ : ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳମାନଙ୍କର ଆଶାୟୀ ପାର୍ଥୀ ତାଲିକା ସେତିକି ଲମ୍ବୁଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସବୁ ଦଳର ଆଶାୟୀଙ୍କ ତାଲିକା ଲମ୍ବା । କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀରେ ୧୯୯୦ ପରଠାରୁ ଜନମତ ପରିବର୍ତ୍ତନ ଯୋଗୁଁ ଜନତା ଦଳ ପାର୍ଥୀ ବିଜୟୀ ହୋଇଥିଲେ । ୧୯୯୫ରେ ମଧ୍ୟ ଜନତା ଦଳ ପାର୍ଥୀ ରୁଦ୍ରମାଧବ ରାୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୦ରେ କଂଗ୍ରେସ ଜିତିଥିଲା । କଂଗ୍ରେସର ନେତା ହରିହର କରଣ ଓ ରୁଦ୍ରମାଧବ ରାୟ ଦୀର୍ଘ ସମୟ ଏଠାକାର ଶାସନରେ ରହିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ କୌଣସି ମହିଳା ବିଧାନସଭାକୁ ଯାଇନାହାନ୍ତି । ଦଶପଲ୍ଲାରେ ୨୦୦୯ରେ ଏଠାରେ ବିଧାୟକ ହୋଇଥିଲେ କାଶୀନାଥ ମଲ୍ଲିକ । ନାନା ବାଦବିବାଦ ମଧ୍ୟରେ ରହିବାରୁ କାଶୀନାଥଙ୍କୁ ଦଳ ୨୦୧୪ରେ ସୁଯୋଗ ନଦେଇ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପାର୍ଥୀ କରିଥିଲା । ଫଳରେ ୨୦୧୪ରେ କଂଗ୍ରେସ ଓ ବିଜେପି ହରାଇ ବିଜୟୀ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । କଂଗ୍ରେସ ପାର୍ଥୀ ଇନ୍ଦୁମତୀ ନାୟକ ୧୮ ହଜାର ୫୦୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପାର୍ଥୀ ପ୍ରମୋଦ କୁମାର ବେହେରା ୧୬ ହଜାର ୫୩ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ୭୫ ହଜାର ୮୩୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।

ଅନ୍ୟପକ୍ଷେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ବୁ ଦଳ କସରତ କରୁଥିବା ବେଳେ କୈଣସି ସ୍ଥତି ସ୍ପଷ୍ଟ ହେଉ ନଥିବା ଜଣାପଡ଼ିଛି । ନିର୍ବାଚନ ମଣ୍ଡଳୀରେ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କର ଲୋକପ୍ରିୟତା ଯଥେଷ୍ଟ ଥିବା ବେଳେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଏହି ୫ ବର୍ଷ ଭିତରେ ବୃଦ୍ଧି ପାଇଥିବା ଆଲୋଚନା ହେଉଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର କର୍ମୀମାନେ ବିଭିନ୍ନ ଗୋଷ୍ଟୀରେ ପରିଣତ ହୋଇଥିବା ବିଭିନ୍ନ ସମାବେଶରୁ ଲକ୍ଷ୍ୟ କରାଯାଉଛି । ଶୀନାଥ ମଲ୍ଲିକ ଏଥର ପୁଣି ଥରେ ଟିକେଟ ପାଇବେ ବୋଲି ଆଶାୟୀ ରହିଥିବା ବେଳେ ଦଶପଲ୍ଲାର ବିଭିନ୍ନ ଗାରେ କାଶୀନାଥଙ୍କ ପୋଷ୍ଟର ଦେଖିବାକୁ ମିଳୁଛି । କାଶୀନାଥଙ୍କ ବ୍ୟତୀତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ସବୁ ଦଳଠାରୁ ଅଧିକ ବୋଲି ଜଣାପଡ଼ିଛି । ଗତଥର କଂଗ୍ରେସ ପାର୍ଥୀ ହୋଇଥିବା ଇନ୍ଦୁମତୀ ନାୟକ ଏଥର ଦଶପଲ୍ଲାରୁ ବିଜେଡି ପାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ନୂଆ ବର୍ଷରେ ଇନ୍ଦୁମତୀଙ୍କ ଅଭିନନ୍ଦନ ବାର୍ତ୍ତା ଦଶପଲ୍ଲା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବାକୁ ମିଳିଥିଲା । ଏତଦ୍ ବ୍ୟତୀତ ରମେଶ ବେହେରା, ସୁଶାନ୍ତ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ମାମି ନାୟକ, ଅନନ୍ତ ନାୟକ, ବିଷ୍ଣୁପ୍ରିୟା ଦାଶ, ପ୍ରଭାତ ଜେନା, ମହେଶ୍ୱର ବେହେରା, ସୁଗ୍ରିବ ସିଂ ପ୍ରଭୂତି ବିଜୁ ଜନତା ଦଳର ଟିକେଟ ଆଶାୟୀ ଥିବା କୁହାଯାଉଛି । ୫୦ ପଞ୍ଚାୟତ ଓ ଗୋଟିଏ ଏନ୍ଏସିକୁ ନେଇ ଗଠିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବହୁ ଅଞ୍ଚଳ ଜଙ୍ଗଲ ପାହାଡ଼ ଘେରା ହୋଇଥିବା ବେଳେ ସରକାରୀ ଯୋଜନା ଗୁଡ଼ିକ ହିତାଧିକାରୀଙ୍କ ନିକଟରେ ବହୁ ବିଳମ୍ବରେ ପହଞ୍ଚୁଛି । ଏଭଳି ଗୋଳିଆ ପାଣିରୁ ଫାଇଦା ନେବାକୁ ବିଜେପି ଚାହିଁ ବସିଥିବା ବେଳେ ଆଶାୟୀ ସଂଖ୍ୟା ମଧ୍ୟ ଢେରେ ଅଧିକ । ପୂର୍ବତନ ବିଧାୟକ ପାର୍ଥୀ ମନୋଜ ବେହେରା ଗତ ଥର ବିଜେପି ଟିକେଟ ପାଇବାରୁ ବଞ୍ôଚତ ହୋଇଥିବା ବେଳେ ଏଥର ଟିକେଟ ଆଶାୟୀ ଥିବା ଜଣାପଡ଼ିଛି । ବିଭିନ୍ନ ସଭା ସମିତିଠାରୁ ଆରମ୍ଭ କରି ଲୋକଙ୍କ ନିକଟରେ ମନୋଜ ପହଞ୍ଚୁଥିବା ବେଳେ ତାଙ୍କଠାରୁ ଆଉ ପାଦେ ଆଗରେ ଅଛନ୍ତି ଦଳିତ ନେତା ରାଘବ ମଲ୍ଲିକ । ଦଳୀୟ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିବାଦ ତଥା ବିରୋଧ କାର୍ଯ୍ୟକ୍ରମରେ ଆଗରେ ଥାଆନ୍ତି ରାଘବ ମଲ୍ଲିକ ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ରାଘବଙ୍କ ଟିକେଟ ପକ୍କା ବୋଲି ତାଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି । ଏତଦବ୍ୟତୀତ ରାଧାକାନ୍ତ ଦିଗଲ୍, ନେତ୍ରମାନ ସେଠ୍, ସଲିଳା ସେଠୀ ମଧ୍ୟ ଏଥର ବିଜେପି ପାର୍ଥୀ ହେବାକୁ ଆଶାୟୀ ଥିବା କୁହାଯାଉଛି । ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳରୁ ଫାଇଦା ନେବାକୁ ବିଜେପି ଏହି ନିର୍ବାଚନ ମଣ୍ଡଳୀରେ ଚାହିଁ ବସିଥିବା ବେଳେ ସାଧାରଣ ଲୋକେ ଏବେ ପରିବର୍ତ୍ତନ ମୁହାଁ ହୋଇଥିବା ଆଲୋଚନା ହେଉଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆଶାୟୀ ସଂଖ୍ୟା ଅଧିକ ଥିଲେ ବି ସ୍ଥାନୀୟ ହୋଇଥିବାରୁ ଲୋକଙ୍କ ସମର୍ଥନ ମିଳିବ ବୋଲି କହିଛନ୍ତି ବିଜେପି ନେତା ରାଘବ ମଲ୍ଲିକ । ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଠାରେ କଂଗ୍ରେସ ସବୁଠାରୁ ପଛରେ ପଡ଼ିଥିବା ଜଣାପଡ଼ିଛି । ଦଳରୁ ବେଣୁଧର ନାୟକ, ସୁଶାନ୍ତ ନାୟକ, ମାନସ ନାୟକ, ଅଶୋକ ମଲ୍ଲିକ, ସଚ୍ଚିଦାନନ୍ଦ ନାୟକ, କାଶୀନାଥ ନାୟକ ଟିକେଟ ପାଇବାକୁ ଆଶାୟୀ ଥିବା ବେଳେ ଏଯାଏଁ ବୁଥ କମିଟି ଗଠନ ଶେଷ ହୋଇନଥିବା ଜଣାପଡ଼ିଛି । ଆନ୍ତରିକତା ଅଭାବରୁ ଏଠାରେ କଂଗ୍ରେସ ଆଗେଇବା କଷ୍ଟକର ।