ଶ୍ରୀନଗର : ଜମ୍ମୁ -କାଶ୍ମୀରର କିଶ୍ତୱାର ଜିଲ୍ଲାରେ ଆତଙ୍କବାଦୀମାନେ ଏକ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିବା ବେଳେ ସୋମବାର ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର କିଶ୍ତୱାର ଜିଲ୍ଲାର ଡାଚାନ ଅଂଚଳରେ ଆତଙ୍କବାଦୀମାନେ ସ୍ଥାନୀୟ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିଲେ ।ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପରେ ପରେ ତୁରନ୍ତ ଉକ୍ତ ସ୍ଥାନକୁ ଯବାନଙ୍କୁ ପଠାଯାଇଛି । ସମ୍ପୃକ୍ତ ଅଂଚଳକୁ ଘେରାବନ୍ଦୀ କରାଯାଇ ଛାନଭିନ କରାଯାଉଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।