୬୦ ହଜାର ଟଙ୍କା ସମେତ ମାରଣାସ୍ତ୍ର ଜବତ, ୪ ଡକାୟତ ଗିରଫ

କେନ୍ଦ୍ରାପଡ଼ା: ନିକିରାଇ ଥ।।ନା ପୁଲିସ ଶନିବାର ୪ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ପିସ୍ତଲ, ଛୁରୀ ଓ ନଗଦ ୬୦ ହଜାର ଟଙ୍କା ଜବତ କରିଥିବା କେନ୍ଦ୍ରାପଡ଼ା ଏସପି ନିତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗରାପୁରର ୩ ଜଣ ଏବଂ ନିକିରାଇ ଅଂଚଳର ୪ ଜଣ ଅଭିଯୁକ୍ତ ମିଶି ଡକାୟତି ଯୋଜନା କରୁଥିଲେ। ପୂର୍ବରୁ ଏହି ଅଭିଯୁକ୍ତମାନେ ଏକ ଫାଇନାନ୍‌ସ କମ୍ପାନୀ ମ୍ୟାନେଜେରଙ୍କ ଠାରୁ ଲୁଟିଥିଲେ। କେନ୍ଦ୍ରାପଡ଼ା ବ୍ୟତୀତ ଜିଲ୍ଲା ବାହାରେ ମଧ୍ୟ ଏମାନଙ୍କ ନେଟ୍‌ଓ୍ଵାର୍କ କାମ କରୁଥିଲା ବୋଲି ଏସ୍‌ପି ନିତି ଶେଖର କହିଛନ୍ତି। ଫାଇନାନ୍ସ କମ୍ପାନୀର ମ୍ୟାଜେନର ଲୁଟ୍‌ର ଶିକାର ହେବା ପରେ ଗତ ଫେବ୍ରୁଆରି ୨୬ରେ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ପି କହିଛନ୍ତି, ଅଭିଯୁକ୍ତ ଏସ୍‌କେ. ଆଝାରୁଦ୍ଦିନ (୨୭), ଖୁର୍ସିଦ୍ଦ ଖାନ (୨୬), ଇରସଦ୍‌ ଅଲି (୨୬) ଓ ସନ୍ତୋଷ କୁମାର ମଲିକ ଓରଫ ବାଗ (୨୬)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ନଗଦ ୫୪ ହଜାର ୯୦୦ ଟଙ୍କା, ଗୋଟିଏ ପିସ୍ତଲ, ଗୋଟିଏ ଭୁଜାଲି ଓ ୬ଟି ମୋବାଇଲ ଫୋନ ଜବତ ହୋଇଥିବା ବେଳେ ଡାକାୟତ ଗ୍ୟାଙ୍ଗର ଅନ୍ୟ ଜଣେ ଅଭିଯୁକ୍ତ ବଳୁଆ ମଲ୍ଲିକ ଫେରାର ଅଛି।