ନିଲମ୍ବିତ ହେଲେ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର

କଟକ: ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ଗତ ୨ଦିନ ତଳେ ସେ ପୋଲିସର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ ।

ଗତ କିଛିଦିନ ତଳେ ବାଲିଆପାଳ ଥାନା ଆଇଆଇସିଙ୍କୁ ରାସ୍ତାରେ ମାଡ ହୋଇଥିଲା । ସେ ଏକ ନାବାଳକ ମୃତ୍ୟୁ ଖବର ପାଇ ଏକ ଢାବାକୁ ଯାଇଥିବାବେଳେ ସ୍ଥାନୀୟବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏହାର ୨ଦିନ ପରେ ପୋଲିସ ଅଫିସର୍ସ ସଂଘ ର ସଭାପତି ସତ୍ୟଜିତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଥିଲେ । ଯାହା ତାଙ୍କ ପାଇଁ ଅଡୁଆ ବଢାଇଥିଲା । ଅନେକ ବୁଦ୍ଧିଜୀବୀ ସତ୍ୟଜିତଙ୍କ ସାମ୍ବାଦିକ ସମ୍ମିଳନୀକୁ ନାପସନ୍ଦ କରିଥିଲେ । ତେବେ ଆଜି ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।