ନକଲି ଫେସବୁକ ଆଇଡିରୁ ଅଶୀଳ ଫଟୋ ଓ ଭିଡିଓ ପଠାଇ ମଜା ନେଉଥିଲା ଯୁବକ, ଧରାପଡିବା ପରେ ଆସିଲା ଆଶ୍ଚର୍ଯ୍ୟ ଜନକ ସତ…

ମୁମ୍ବାଇ : ନକଲି ଫେସବୁକ ଆକାଉଣ୍ଟ ଖୋଲି ମହିଳା ଓ ଯୁବତୀଙ୍କୁ ଅଶୀଳ ଫଟୋ ଓ ଭିଡିଓ ପଠାଇବା ନିଶା ପାଲଟିଥିଲା । ନିତି ନିତି ନୂଆ ନୂଆ ଯୁବତୀଙ୍କୁ ଅଶୀଳ ଭିଡିଓ ଓ ଫଟୋ ପଠାଇ ମଜା ନେଉଥିଲା ଯୁବକ । ଶେଷରେ ଜଣେ ଛାତ୍ରୀଙ୍କ ୍ ଅଭିଯୋଗ ଆଧାରରେ ଅଭିଯୁକ୍ତ ଧରା ପଡିବା ପରେ ଯେଉଁ ସତ ପଦାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ଯୁବକ ପୋଲିସ ଘରେ ରହି ଏମିତି କାମ କରୁଥିଲା ଯାହାକୁ କେହି ଧରିପାରୁ ନଥିଲେ । କାହିଁକିନା ଅଶ୍ଲୀଳ ଭିଡିଓ ଓ ଫଟୋ ପଠାଉଥିବା ଯୁବକ ଜଣଙ୍କ ଜଣେ ପୋଲିସ କର୍ମଚାରୀର ପୁଅ । ଏମିତି ଘଟଣା ସାମ୍ମନାକୁ ଆସିଛି ୟୁପିର ମିରଟରେ ।
ଖବର ଅନୁସାରେ  କିଛି ଦିନ ତଳେ ଜଣେ ଛାତ୍ରୀ ତାଙ୍କ ପାଖକୁ ଗୋଟେ ଫେସ୍‌ବୁକ୍‌ ଆଇଡ଼ିକୁ ବାରମ୍ବାର ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଆସୁଥିବାର ଅଭିଯୋଗ କରିଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ମିରଟ ପୁଲିସ ସାଇବର କ୍ରାଇମ୍‌ ଟିମ୍‌କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲା । ତଦନ୍ତ ପରେ ଅଭିଯୁକ୍ତ ଉତ୍ତରପ୍ରଦେଶ ପୁଲିସରେ ନିଯୁକ୍ତ ଥିବା ଜନୈକ ପୁଲିସ କର୍ମୀଙ୍କ ପୁଅ ବୋଲି ଜଣା ପଡ଼ିଛି । ଅଭିଯୁକ୍ତର ନାଁ ସୌରଭ ପ୍ରତାପ ଚୌଧୁରୀ ବୋଲି ଚିହ୍ନଟ କରାଯାଇଛି । ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।