୨ ବର୍ଷ ବଢିଲା ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଉ ୨ ବର୍ଷ ବୃଦ୍ଧି ହୋଇଛି ତାଙ୍କ କାର୍ଯ୍ୟକାଳ ଅବଧି । ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଡିଜିପି ଅଭୟଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇଛି ।

ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ସୁପାରିସ ଅନୁସାରେ ଆଗାମୀ ୨ ବର୍ଷ ଯାଏଁ ଅଭୟ ରାଜ୍ୟର ପୋଲିସ ଡିଜି ପଦରେ ରହିବେ। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ବିକେ ଶର୍ମାଙ୍କୁ ଅବ୍ୟାହତି ଦିଆଯିବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ ଅଭୟଙ୍କୁ ଡିଜିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର ।