ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ କରିବେ ନବୀନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡିଶାରେ ନୂଆ ସରକାର ଶପଥ ନେବ । ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ଶପଥ ଗ୍ରହଣ କରିବା ପରେ ବକେୟା ରହି ଯାଇଥିବା କାଳିଆ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେବା ସହ ରାଜ୍ୟ ଯୁବଗୋଷ୍ଠୀ ଓ ରାଜ୍ୟ ପାଇଁ ଅନେକ କିଛି ନୂତନ ଯୋଜନାର ଘୋଷଣା କରି ପାରନ୍ତି ରାଜ୍ୟରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି।

ତେବେ ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ ବଡ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୫ ହଜାରରୁ ଉର୍ଦ୍ଧ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି । ଡିଜି କହିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଇଡକୋ ପ୍ରଦର୍ଶନୀ ପଡିଆର ନିକଟରେ ଥିବା ବଡ ବଡ କୋଠାଗୁଡିକୁ ସୁରକ୍ଷା ଦୃଷ୍ଟିରୁ ନିଜ ଦାୟିତ୍ୱକୁ ନିଆଯିବ ବୋଲି ପୁଲିସ ଡିଜି କହିଛନ୍ତି । ଏହା ସହିତ ଯେପରି ଟ୍ରାଫିକ୍‌ ସମସ୍ୟା ଦେଖା ନଦିଏ, ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯିବ ବୋଲି ଡିଜି କହିଛନ୍ତି ।