ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଗଞ୍ଜାମ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଗଞ୍ଜାମ ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାର ଖଲିକୋଟ, ରମ୍ଭା ଆଦି ଥାନା ଗସ୍ତ କରିବା ସହ ଛତ୍ରପୁର ପୋଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ସମୀକ୍ଷା ବୈଠକରେ କରୋନା ମୁକାବିଲା ନେଇ ଜିଲ୍ଲାରେ କେଉଁ ସବୁ ପଦକ୍ଷପ ନିଆଯାଇଛି, ସେ ନେଇ ପୁଲିସ ମହାନିର୍ଦେଶକ ଅଭୟ ସମୀକ୍ଷା କରିଥିଲେ । ଏହା ଛଡା ପୋଲିସ କର୍ମଚାରୀମାନଙ୍କର ମଙ୍ଗଳ ନିମନ୍ତେ କି କି ପଦକ୍ଷପ ନିଆଯାଇଛି ସେ ବିଷୟରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।