କ୍ୱାରେନଂଟାଇନ୍ ନିୟମ ପାଳିବାକୁ ଡିଜିପିଙ୍କ ଚେତାବନୀ

ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରେଂଟାଇନ୍ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ୍ କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ପ୍ରବାସୀ ଓଡ଼ିଆମାନେ କ୍ୱାରେଂଟାଇନ୍ ନିୟମ ନମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟକୁ କ୍ଷତି ପହଂଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବନି। ଆମ ଆତିଥେୟତାର ମାନେ ନୁହେଁ, ସବୁ ବଦମାସୀକୁ ବରଦାସ୍ତ କରାଯିବ। ନିୟମରେ କୌଣସି ବି ଅବହେଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଂଟିନ୍ ନିୟମ ମାନିବାକୁ ଅପିଲ୍ କରିଛନ୍ତି।