କୋରାପୁଟ: ପୋଲିସ ଡିଜିପି ଅଭୟ ଆଜି କୋରାପୁଟ ଗସ୍ତ କରିଛନ୍ତି । ସେଠାରେ ମାଓଦମନ ଓ ଆଇନ୍ ଶୃଙ୍ଖଳା ନେଇ ଡିଜିପି ୬ଜିଲ୍ଲାର ଏସପି, ପିଏସଏଫ୍ ଓ ଏସଓଜି କମାଣ୍ଡାଂଟଙ୍କ ସହ ମିଶି ବୈଠକ କରିଛନ୍ତି ।
ନୂଆକରି ଦାୟିତ୍ଵ ପରେ ପୋଲିସ ଡିଜିପି ଅଭୟ ଆଜି କୋରାପୁଟ ଗସ୍ତ କରିଛନ୍ତି। ଏହା ତାଙ୍କର ପ୍ରଥମ କୋରାପୁଟ ଗସ୍ତ। ଏହି ଅବସରରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ମାଓ ଦମନ ଓ ଆଇନ ଶୃଙ୍ଖଳା ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି। ଏହି ବୈଠକରେ ୬ ଜିଲ୍ଲାର ଏସପି, ବିଏସଏଫ ଓ ଏସଓଜି କମାଣ୍ଡାଂଟ ଉପସ୍ଥିତ ଅଛନ୍ତି।