କରୋନାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୫୦ଲକ୍ଷ ଅନୁକମ୍ପା

ଭୁବନେଶ୍ୱର: କରୋନାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ ଅନୁକମ୍ପା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସିଏମଓକୁ ଟ୍ୱିଟ କରି କୃତଜ୍ଞତା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ସେହିପରି ପୋଲିସକୁ ଫ୍ରଂଟଲାଇନ୍ କରୋନା ୱାର୍କର ଭାବେ ଘୋଷଣା କରାଯାଇଥିବାରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ର୍ପୂବରୁ କୋଭିଡ-୧୯ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।