ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରନ୍ତୁ ନାହିଁ: ପୋଲିସ କମିଶନର

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି । ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ସନ୍ଧ୍ୟା ୭ଟାରୁ ସକାଳ ୭ଟା କେହି ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି ।

POLICE COMMISSIONER TWEET

ଆଜି ଠାରୁ ଏହି କଟକଣା ଲାଗୁ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ କଟକଣା ସମୟରେ ଜରୁରୀ ସେବା ଓ ପରିବହନ ଚାଲିବ । ଜରୁରୀ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ଦିଆଯାଇଛି।