ଥାନା ଅଧିକାରୀଙ୍କୁ ପିଟିଲେ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଙ୍ଗା ଗାଁରେ ଥାନା ଅଧିକାରୀଙ୍କୁ ପିଟିଲେ ଗ୍ରାମବାସୀ । ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ପୋଲିସ ଅଧିକାରୀ ହେଉଛନ୍ତି ବାସୁଦେବପୁର ଥାନା ଅଧିକାରୀ ନବ କିଶୋର ନାୟକ । ତାଙ୍କ ମୁଣ୍ଡ ଫାଟି ଯାଇଛି । ଗତକାଲି ରାତିରେ ଲୁଙ୍ଗା ଗାଁରେ ରଜ ଭସାଣ ଚାଲିଥିବା ବେଳେ ଜଣେ ୭ ବର୍ଷର ନାବାଳିକାକୁ ଧକ୍କା ଦେଇଥିଲା ଡିଜେ ଗାଡି । ଏହି ଖବର ପାଇ ଥାନା ଅଧିକାରୀ ଗାଁରେ ପହଞ୍ଚିଥିଲେ । ଆଉ ଡିଜେ ବନ୍ଦ କରିବାକୁ କହିଥିଲେ । ଏହାକୁ କେନ୍ଦ୍ର କରି ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଅଧିକାରୀଙ୍କୁ ଗାଁ ମଝିରେ ପିଟିଥିଲେ । ଢେଲା ପଥର ବି ମାଡ କରିଥିଲେ । ଖବର ପାଇ ଅଧିକ ପୋଲିସ ଫୋର୍ସ ପହଞ୍ଚି ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ପୋଲିସ, ୨୩ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ।