ମହିଳାଙ୍କୁ ହାତ ଉଠାଇ ପୋଲିସ ନିଲମ୍ବତ, ଦେଖନ୍ତୁ ଭିଡିଓ

ରେଙ୍ଗାଲିଥାନାରେ ମହିଳାଙ୍କୁ ପୋଲିସ୍‌ ମାଡ ମାରିବା ଭିଡିଓ ଭାଇରାଲ ପରେ ଏସାଆଇ ନିଲମ୍ବିତ

ସମ୍ବଲପୁର : ସମ୍ବଲପୁର ରେଙ୍ଗାଲିଥାନାରେ ଆଦିବାସୀ ମହିଳାଙ୍କୁ ପୋଲିସ୍‌ ASI ଦ୍ରୋଣାଚାର୍ଯ୍ୟ ସାହୁଙ୍କ ନିସ୍ତୁକ ମାଡ ଘଟଣାରେ, ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନ। ସମ୍ବଲପୁର ଏସ୍‌ପି ସଞ୍ଜିବ୍‌ ଆରୋରା, ଦ୍ରୋଣାଚାର୍ଯ୍ୟ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ, ଅଧିକ ତଦନ୍ତ ଜାରୀ ରଖିଛନ୍ତି। ରେଙ୍ଗାଲିର ଆଦିବାସୀ ମହିଳାଙ୍କୁ ବିନାକାରଣରେ,ରାତିରେ ଥାନାକୁ ଆଣି ନିସ୍ତୁକ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ସମ୍ବଲପୁର ଏସ୍‌ପି ଘଟଣାକୁ ଗୁରୁତର ସହ ନେଇ, ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାଇରାଲ୍‌ ଭିଡିଓରେ ସତ୍ୟତା ଥିବା ଓ ରେଙ୍ଗାଲି ଥାନା ଭିତରେ, ସଂପୃକ୍ତ ଏଏସ୍‌ଆଇ ଦ୍ରୋଣାଚାର୍ଯ୍ୟ ସାହୁ ସଂପୃକ୍ତ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ, ଆଜି ଦ୍ରୋଣାଚାର୍ଯ୍ୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା,କହିଛନ୍ତି ଅତିରିକ୍ତ ଏସ୍‌ପି ପ୍ରଦୀପ ସାହୁ।