କେନ୍ଦୁଝର ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲା: ଦୁଇ ଗିରଫ

କେନ୍ଦୁଝର: କେନ୍ଦୁଝରର ବିଜେଡ଼ି ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ । ପ୍ରାଥମିକ ସୂଚନା ମୁତାବକ, ଭିଡ଼ିଓ ଭାଇରାଲ ହେବା ଘଟଣାରେ ପ୍ରାର୍ଥୀନୀଙ୍କ ମାମୁଁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତନାଘନା କରି ଭିଡ଼ିଓ ଭାଇରାଲରେ ସଂପୃକ୍ତିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ଆଉ କିଏ ଜଡ଼ିତ ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ଦିନ ପ୍ରାର୍ଥୀନୀଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଥିଲା ।