୭ ଜଣଙ୍କ ଚାକିରି ଖାଇବା ପରେ ପୁଲିସ ହାତରେ ବଣି

ନୟାଗଡ଼: ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି।

ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।

ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି ଦୌଡ଼ି ପଳାଇଥିଲା। ତପନ ପୂର୍ବରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା। ହେଲେ ଦୁଇ ଥର ଯାକ ସେ ଧରା ପଡ଼ିଯାଇଥିଲା।