ଭାଉଜ ପ୍ରେମରେ ଉବୁଟୁବୁ ହେଉଥିଲା ବିବାହିତ ଦିଅର, ତେବେ କଣ କଲା ଜାଆ ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଅନ୍ଧ । ଥରେ ଯିଏ ପ୍ରେମରେ ପଡିଲା ବାସ କଥା ସରିଲା । ଆଉ ପରକୀୟା ପ୍ରୀତି ତ ସବୁଠୁ ଭୟଙ୍କର । ଯଦି ବିବାହିତ ପରୁଷ କି ସ୍ତୀର ପରକୀୟା ପ୍ରୀତି ରହିଲା ତେବେ ସଂସାର ଉଜୁଡିବା ଥୟ । ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ଦିଅର ଭାଉଜ ପ୍ରେମରୁ । ବିବାହିତ ଦିଅର ଭାଉଜ ପ୍ରେମରେ ପଡି ଜେଲ ଯାଇଛି । ଆଉ କେହି ନୁହେଁ ସ୍ତ୍ରୀ ବାରମ୍ବାର ମାନା କରିବା ସତ୍ୱେ ଭାଉଜ ପ୍ରେମରେ ଉବୁଟୁବୁ ହେବାରୁ ପୋଲିସରେ ଅଭିଯୋଗ କରିଥିଲା ପତ୍ନୀ । ଶେଷରେ ପୋଲିସ ବାନ୍ଧି ଜେଲକୁ ପଠାଇ ଦେଇଛି ରସିକିଆ ଦିଅରକୁ । ଘଟଣା ଘଟିଛି ବିବାରର ବକ୍ସର ଅଞ୍ଚଳରେ ।

ଗତବର୍ଷ ନଭେମ୍ବର ମାସରେ ଜୟପ୍ରକାଶଙ୍କ ପୁଅ ଅନିଲକୁମାର ଓମ ପ୍ରକାଶଙ୍କ ଝିଅ ନନ୍ଦିନୀ ସହିତ ବୈବାହିକ ରୀତିରେ ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ଅନିଲ କୁମାର ନିଜ ସ୍ତ୍ରୀ ସହ ବେଶି ମିଳାମିଶା କଲାନାହିଁ । ନିଜ ସ୍ତ୍ରୀ ସହ ମିଳାମିଶା ବଦଳରେ ଭାଉଜ ସହ ଅଧିକ ସମୟ ବିତାଇଲା । ଏହି କଥାକୁ ଅନୀଲର ସ୍ତ୍ରୀ ନନ୍ଦିନି ବାରମ୍ବାର ବିରୋଧ କରିଆସୁଥିଲା । ହେଲେ ଏଥିପ୍ରତି ଦିଅରର ଭୃକ୍ଷେପ ନଥିଲା । ଭାଉଜ ପ୍ରେମରେ ଦିଅର ଏତେ ଅନ୍ଦ ଥିଲାଯେ, ନିଜ ସଂସାର କଥା ଭୁଲି ପ୍ରେମରେ ମାତିଥିଲା । ବାରଣ ପରେ ବି ଭାଉଜ ସହ ମିଳା ମିଶା ବନ୍ଦ କରି ନ ଥିଲା ।

ଏହିକଥାକୁ ନେଇ ଗାଁରେ ପଂଚାୟତ ବସିଲା । ଅନୀଲ ନିଜର ଦୋଷ ପାଇଁ ଭୁଲ ବି ମାଗିଲା । ପଂଚାୟତର ଫଇସଲା ଅନୁସାରେ ସେ କେବେ ତା ଭାଉଜ ସହ ସଂପର୍କ ରଖିବ ନାହିଁ ବୋଲି ସ୍ଥିରହେଲା । କିନ୍ତୁ କିଛି ଦିନ ପରେ ଯେଉଁ କଥାକୁ ସେହି କଥା ହିଁ ଘଟିଲା । ସେମିତି ପୂର୍ବପରି ମିଳାମିଶା କଲା । ଏହି ମିଲାମିଶାକୁ ବିରୋଧ କରିବା ପରେ ତାକୁ ମାରପିଟ କଲା ବୋଲି ଥାନାରେ ଅଭିଯୋଗ ଆଣିଛି ନନ୍ଦିନି ।

ଭାଉଜ ସହ ଦିଅର ସୁନୀଲର ପ୍ରେମ ମହଙ୍ଗା ପଡ଼ିଛି । ପୋଲିସରେ ନନ୍ଦିନିର ଅଭିଯୋଗ ପରେ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ରାତି ଅଧରେ ଦିଅର ଭାଉଜଙ୍କ ଚାଲିଥିଲା ଗୁପ୍ତ ପ୍ରଣୟ, ବାହାରୁ ତାଲା ପକାଇ ଦେଲେ ପରିବାର ଲୋକେ ,ଉଭୟ ଫ୍ୟାନରେ ଝୁଲିଗଲେ