ଆଜି ସୁପ୍ରିମକୋର୍ଟରେ ପୋଲାଭରମ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ବିବାଦୀୟ ପୋଲାଭରମ୍ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସ୍ବେଚ୍ଛାସେବୀ ସଂଗଠନ ରେଲା ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଏକତ୍ର ଶୁଣାଣି କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।