କବିତା ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: କବିତା ଅର୍ଥ ଜଣେ ଝିଅର ନାମ ନୁହେଁ । ବରଂ ଜଣେ କଏଦୀ ଜେଲରେ ବସି ଲେଖିଥିବା କବିତା । ତେବେ କଏଦୀ ଜଣଙ୍କ ଏଭଳି ଏକ କବିତା ଲେଖିଲେ, ଯାହାଫଳରେ ଆଜି ସେ ଏକ ନୂଆ ଜୀବନ ପାଇଛନ୍ତି । ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଘଟଣାଟି ସତ । ଏଭଳି ଏକ ମାମଲା ସୁପ୍ରିମକୋର୍ଟରେ ହୋଇଥିବା ସାମ୍ନାକୁ ଆସିଛି । ତିନିଜଣିଆ ଖଣ୍ଡପୀଠରେ ଏକ ଶିଶୁକୁ ଅପହରଣ ଓ ପରେ ହତ୍ୟା କରିଥିବା ଅଭିଯୋଗରେ ଉକ୍ତ କଏଦୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ମାତ୍ର ତାଙ୍କର କବିତା ଦେଖି ଫାଶୀ ଦଣ୍ଡାଦେଶ ଆଜୀବନ କାରାଦଣ୍ଡରେ ବଦଳାଇ ଦେଇଛି ।
ଘଟଣାଟି ହେଉଛି, ନେଶ୍ୱର ସୁରେଶ ଓ୍ଵାର୍କର ନାମକ ଏହି ହତ୍ୟାକାରୀ ୨୨ବର୍ଷ ବୟସରେ ଏକ ଶିଶୁକୁ ଅପହରଣ କରି ତାର ହତ୍ୟା କରି ଦେଇଥିଲା। ଏହାପରେ ଟ୍ରାଏଲ କୋର୍ଟ ତାକୁ ଫାଶୀ ଦଣ୍ଡାଦେଶ କରିଥିଲେ। ହାଇକୋର୍ଟ ଟ୍ରାଏଲ କୋର୍ଟକୁ ଏହି ନିଷ୍ପତ୍ତିକୁ ସମର୍ଥନ ବି କରିଥିଲେ। ଏହାପରେ ଧ୍ୟାନେଶ୍ୱର ସୁପ୍ରିମ କୋର୍ଟରେ ମୃତ୍ୟୁଦଣ୍ଡାଦେଶ ବିରୋଧ କରି ଏକ ଆବେଦନ ପତ୍ର ଦାଖଲ କରିଥିଲା। ୧୮ବର୍ଷ ହେବ ଧ୍ୟାନେଶ୍ୱର ଜେଲରେ ରହି ଆସୁଥିଲା। ଏହି ସମୟରେ ସେ ଜେଲରେ କିଛିକିଛି କବିତା ଲେଖୁଥିଲା। ଏମିତିରେ ସୁପ୍ରିମକୋର୍ଟ ଆବେଦନ ଉପରେ ଶୁଣାଣି କରୁଥିବା ସମୟରେ ଧ୍ୟାନେଶ୍ୱର ଓକିଲ ଆନନ୍ଦ ଗ୍ରୋଭର ତିନିଜଣ ବିଚାରପତିଙ୍କୁ ଅପରାଧୀ .ଲେଖିଥିବା କବିତା ପୁସ୍ତକ ଦେଇଥିଲେ । ଏଥିସହ କହିଥିଲେ, ୧୮ବର୍ଷ ହେବ ଜେଲରେ ରହି ଆସୁଥିବା ଧ୍ୟାନେଶ୍ୱର ନିଜ ଭୁଲ ବୁଝି ସାରିଛି, ସେ ଏବେ ସାମାଜିକ ବ୍ୟକ୍ତି ବନି ଯାଇଛି। ଧ୍ୟାନେଶ୍ୱର ନିଜର ଗ୍ରାଜୁଏସନ୍‌ ପୂରା କରି ନେଇଛି। ଏହି ସମୟରେ ଗାନ୍ଧିବାଦୀ ବିଚାରର ଟ୍ରେନିଂ ନେଉଛି। ତେବେ ତାର କବିତାକୁ ଦେଖି ଲାଗୁଛି ସେ ଯୁବା ବୟସରେ ଯେଉଁ ଭୁଲ କରିଥିବା ତାହାର ଦଣ୍ଡ ସେ ପାଇ ସାରିଛି। ନିଜକୁ ଧ୍ୟାନେଶ୍ୱର ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଜେଲ ପରିସରରେ ତାର ବ୍ୟବହାର ମଧ୍ୟ ଭଲ ରହିଛି। ଏସବୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଧ୍ୟାନେଶ୍ୱରର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ବଦଳା ଯାଇଥିଲା।