ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

 ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ
 ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍
କମ୍ପାନୀ ଲିମିଟେଡ(ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଭବିଷ୍ୟତରେ
ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଆଜି ଇସ୍ପାତ୍ ମବାଳୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ
ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଆଜିର ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି । ସେଲ୍
ଏବଂ ଆରଆଇଏନଏଲ ବିଏସଏଲସିରୁ ଅଗ୍ରୀମ ଭାବରେ ଡୋଲୋମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ । ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ
ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ବୈଠକରେ ଇସ୍ପାତ୍ ରାଷ୍ଟ୍ର ମବୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ,
ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସଏଲସି ୧୯୧୦ରୁ ଓଡିଶାର
ସୁନ୍ଦରଗଡ ଜିଲ୍ଲାରେ ଖନନ ଏବଂ ବିପଣନ ଚୁନା ପଥର ଓ ଡିଲୋମାଇଟର କାରବାର କରୁଛି । କୌଣସି କାରଣରୁ
ବିଗତ କିଛି ଦିନ ଧରି ବିଏସଏଲସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା । ଏହି ମାମଲାକୁ ସଂସଦ ତଥା ପୂର୍ବତନ
କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଏବଂ ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ
ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ