ଅଘୋଷିତ ମେଣ୍ଟ, ଗୁପ୍ତ ବୁଝାମଣା ଏସବୁ ଆକଳନ ନିରର୍ଥକ : ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ

ଭୁବନେଶ୍ବର  :  ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏତିକିବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ । ଏହା ପଛରେ କୌଣସି ବାଧ୍ୟବାଧକତା ଥିବା ମତେ ଲାଗୁନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ମେଣ୍ଟ, ଗୁପ୍ତ ବୁଝାମଣା ଏସବୁ ଆକଳନ ନିରର୍ଥକ ବୋଲି ସେ କହିଛନ୍ତି। ଓଡ଼ିଶାର ସ୍ବାର୍ଥ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ବିନୀ ବୈଷ୍ଣବଙ୍କ ଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସମର୍ଥନ ମାଗିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ କୋଲାଖୋଲି ସମର୍ଥନ କଲେ, ତେଣୁ ଏହା ଗୁପ୍ତ ବୁଝାମଣା ନୁହେଁ, ଖୋଲାଖୋଲି ବୁଝାମଣା ବୋଲି ଧର୍ମେନ୍ଦ୍ର କହିଛନ୍ତି । ସବୁକଥାରେ ରାଜନୀତି ଖୋଜିବା ଠିକ୍  ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।