‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ,ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଦେଇଥିବା ଜନଦା କର୍ଫୁ ଆହ୍ୱାନକୁ ସଫଳ କରିବାକୁ ବାର୍ତ୍ତାରେ ଅପିଲ କରିଛନ୍ତି କେନନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏକ ଭିଡିଓ ବାର୍ତ୍ତା ଟୁଇଟର ମାଧ୍ୟମରେ ରଖିଛନ୍ତି ।  ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରିବାକୁ ପଡିବ । ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ। ଆସନ୍ତା ରବିବାର ଦିନ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’ କୁ ସଫଳ କରିବାକୁ ମୋର ବିନମ୍ର ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।