‘କାର୍ବନ’ ମୁକ୍ତ ଅର୍ଥବ୍ୟବସ୍ଥା ଲାଗି ଭାରତ ସଂକଳ୍ପ ବଦ୍ଧ : ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ  : ଦୁନିଆର ବିକଶିତ ଦେଶମାନଙ୍କ ତୁଳନାରେ ଭାରତର ପ୍ରଥମିକତା ଭିନ୍ନ। ଏହା ସତ୍ତ୍ୱେ ଏକ ଦାୟିତ୍ୱବାନ ବିଶ୍ୱ ନାଗରିକ ଭାବେ ଭାରତ ନିଜ ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ କରିବାକୁ ସଂକଳ୍ପବଦ୍ଧ। ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଆଲୋଚନାରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ସମୟରେ ଭାରତର ମଧ୍ୟ ଶକ୍ତି ଆବଶ୍ୟକତା ବୃଦ୍ଧି ହେବ। ତେବେ ସେତେବେଳେ ଅକ୍ଷୟ ଶକ୍ତି ହିଁ ଏହି ଆବଶ୍ୟକତା ପୂରଣ କରିବ। ପ୍ରସଙ୍ଗରେ ସେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣା କଥା ମଧ୍ୟ କହିଥିଲେ। ଯେଉଁଥିରେ ୨୦୩୦ ବେଳକୁ ଭାରତ ଆବଶ୍ୟକ କରୁଥିବା ଶକ୍ତିର ୪୦ ପ୍ରତିଶତ କେବଳ ରିନ୍ୱେବଲ ଏନର୍ଜୀରୁ ଆସୁଥିବ ବୋଲି କହିଛନ୍ତି।

ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଏଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ (ସିଏସ୍ଆଇଏସ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ କହିଛନ୍ତି ଯେ ଆମେ ଏକ ବିକାଶଶୀଳ ଅର୍ଥବ୍ୟବସ୍ଥା। ଏଣୁ ବିଶ୍ୱର ବିକଶିତ ଅର୍ଥବ୍ୟବସ୍ଥା ଅନୁସାରେ ଆମର ପ୍ରାଥମିକତା ଓ ରଣନୀତି ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ଆମେ ଆମର ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ ରଖିବାକୁ ସଂକଳ୍ପବଦ୍ଧ। କାର୍ବନ ମୁକ୍ତ ଅର୍ଥବ୍ୟବସ୍ଥା ଅର୍ଥାତ ଯେଉଁଥିରେ ଆର୍ଥିକ ବ୍ୟବସ୍ଥାରେ ପରିବେଶ ପ୍ରଦୂଷଣ ରହିତ ଶକ୍ତି ସ୍ରୋତର ଉପଯୋଗ ହେଉଥିବ। ଏଣୁ ଭାରତ ପାରମ୍ପରିକ ଶକ୍ତି ଉତ୍ସ ସମେତ ଭବିଷ୍ୟତର ଶକ୍ତିସ୍ରୋତ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ବୋଲି ପ୍ରଧାନ କହିଛନ୍ତି।

ଏଥିରେ ସେ ହାଇଡ୍ରୋଜନକୁ ଦେଶର ପ୍ରାଥମିକତା କ୍ଷେତ୍ର ବୋଲି ସେ ସୂଚିତ କରିଥିବା ବେଳେ ଏହି ମିସନ୍‌ ସମ୍ପର୍କରେ କହିଥିଲେ। ଏହି କ୍ଷେତ୍ର ଲାଗି ଭାରତ ନୀତିଗତ ବିଚାର ଜାରି ରଖିଥିବା ଓ ଏହି କ୍ଷେତ୍ରରେ ଆମେରିକ ସହ ମିଶି କାର୍ଯ୍ୟ କରୁଥିବା ପ୍ରଧାନ କହିଛନ୍ତି। ଏହି ଅବସରରେ ସେ ଶକ୍ତିର ମୂଲ୍ୟ ନିର୍ଦ୍ଧାରଣ ଓ ବିତରଣ ଲାଗି ବଜାର ଆଧାରିତ ସଂସ୍କାର ସମ୍ପର୍କରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଭାରତ ରିତିମତ ପରିବେଶ ଅନୁକୂଳ ଶକ୍ତି ସ୍ରୋତ ଉପରେ ଫୋକସ କରୁଥିବା ତଥା ଆମଦାନୀ ଇନ୍ଧନ ଉପରେ ଦେଶର ନିର୍ଭରତା ହ୍ରାସ ଦିଗରେ କାର୍ଯ୍ୟ କରୁଛି।

png minister on India carbon free economy