କୋଭିଡ୍ ପ୍ରଭାବିତ ଅଂଚଳରେ ଋଣ ସୁବିଧା ଚାଷୀ, ଗରିବ, ଏମଏସଏମଇ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ôଥକ ପ୍ୟାକେଜ୍ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା, ରପ୍ତାନୀକୁ ଗତି ଦେବା ସହ ରୋଜଗାର ପ୍ରଦାନ କରିବା ଏବଂ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଆର୍ôଥକ ସଂକଟକୁ ମୁକାବିଲା କରିବା ପାଇଁ ପଦକ୍ଷେପସ୍ୱରୂପ ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ôଥକ ପ୍ୟାକେଜ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆର୍ଥିକ ସହାୟତା କୋଭିଡ ମହାମାରୀ ଦ୍ୱାରା
ପ୍ରଭାବିତ ହୋଇଥିବା କ୍ଷେତ୍ରର ପୁନରୁଦ୍ଧାରରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ôଥକ ପ୍ୟାକେଜ୍ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ରୋଜଗାର ଯୋଜନାର ସମ୍ପ୍ରସାରଣ, କୋଭିଡ୍ ପ୍ରଭାବିତ ଅଂଚଳରେ ଋଣ ସୁବିଧା ଚାଷୀ, ଗରିବ, ଏମଏସଏମଇ, ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ ଏବଂ କୋଭିଡ୍ ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ୬.୨୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ସହାୟତା ରାଶି
ନିଶ୍ଚିତ ଭାବରେ ସହାୟକ ହେବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଷ୍ଟେକ୍ ହୋଲଡର ମାନଙ୍କୁ ଆର୍ôଥକ ସହାୟତା, ଏମଏଫଆଇ ମାଧ୍ୟମରେ ଋଣ ଧାର ନେଇଥିବା ୨୫ ଲକ୍ଷ ବ୍ୟକ୍ତିଙ୍କ ପାଇଁ କ୍ରେଡ଼ିଡ୍ ଆଉଟରିଚ୍‌ ଏବଂ ଡ଼ିଜିଟାଲ ଇଣ୍ଡିଆ ସମେତ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନର ସମୟ ସୀମା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବଦରେ ସରକାର ପ୍ରାୟ ୯୩,୮୬୯ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ଚାଷୀମାନଙ୍କୁ ସାର ସବସିଡି ବାବଦରେ ଅତିରିକ୍ତ ୧୪ ହଜାର ୭୭୫ କୋଟି ବ୍ୟୟ କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସମସ୍ତ ପ୍ୟାକେଜ ମାଧ୍ୟମରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ହେବା ସଙ୍ଗେସଙ୍ଗେ ମହାମାରୀ ଦ୍ୱାରା ପ୍ରଭାବିତ ବିଭିନ୍ନ କ୍ଷେତ୍ରର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।