ସିଏଏକୁ ନେଇ କଂଗ୍ରେସ ଦେଶରେ ଉତ୍ତେଜନା ସୃଷ୍ଟି କରୁଛି, ସଚେତନତା ଲାଗି ୩ କୋଟି ଘରକୁ ଯିବୁ- ଧର୍ମେନ୍ଦ୍ର ପ୍ରଧାନ

ସିଏଏ, ଏନଆରସି ଏବଂ ଏବେ ଏନପିଆରକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି

ଭୁବନେଶ୍ୱର: ସିଏଏ, ଏନଆରସି ଏବଂ ଏବେ ଏନପିଆରକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି । ଏହାସହ କଂଗ୍ରେସ ଦଳ ଦେଶରେ ଉତ୍ତେଜନା ତିଆରି କରିବାରେ ଲାଗିଛି । ଲୋକ ତାଙ୍କ କଳାକାରନାମାକୁ ବୁଝିବା ଆରମ୍ଭ କଲେଣି । ହିଂସା ଉସକାଯାଉଛି, ଏହା ବିରୁଦ୍ଧରେ ଦଳ ପକ୍ଷରୁ ଲୋକଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହାର ସତ୍ୟତାକୁ ନଜଣାଇ ଭୁଲ ସୂଚନା ଦେଇ ଦେଶରେ ହିଂସା ସୃଷ୍ଟି କରାଯାଉଛି । ଏହା ସମ୍ବନ୍ଧରେ କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟ ସୂଚନା ଦେବା ପରେ ବି ରାଜନୈତିକ ଉଦ୍ଦେଶ୍ୟରେ କିଛି ଦଳ ଏଭଳି କରୁଥିବା ମଧ୍ୟ ଗତକାଲି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଅମିତ ଶାହ କହିଥିଲେ । ଏହାସହ ଏନପିଆର ଏବଂ ଏନଆରସି ମଧ୍ୟରେ କୌଣସି ସମ୍ପର୍କ ନଥିବା କହିଥିଲେ ଶାହ ।

ତେବେ ଏହା ସମ୍ବନ୍ଧରେ ସଚେତନତା କରିବାକୁ ଦେଶର ୩ କୋଟି ଘରକୁ  ବିଜେପି ଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସିଏଏକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ବ୍ୟାପକ ଜନଜାଗରଣ ଆରମ୍ଭ କରାଯାଇଛି ।  କଂଗ୍ରେସ ଦଳ ଲୋକଙ୍କୁ ଧୋକା ଦେଉଛି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ।

ତେବେ ଯେଉଁ ସଂଖ୍ୟାଲଘୁ ମାନେ ପଡୋଶୀ ଦେଶରୁ ଏଠାକୁ ଆସିବେ ତାଙ୍କୁ କେଉଁଠି ରଖିବାକୁ ପଡିବ ।  ହିନ୍ଦୁ, ଶିଖ୍‌,ଖ୍ରୀଷ୍ଟିୟାନ, ପାର୍ସୀ, ବୌଦ୍ଧ ଏବଂ ଜୈନ ୬ଟି ପ୍ରମୁଖ ସଂପ୍ରଦାୟର ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଲେ କେଉଁଠି କି ଆସିବେ । ଏହାକୁ ନେଇ ବ୍ୟାପକ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।