ପକ୍କା ଘର ସଂଖ୍ୟାରେ ମିଛ ବୋଲି କହି ଅନୀୟମିତତାର ତଦନ୍ତ ଦାବିରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୁଳି ଦେଉଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମବୀ ନରେନ୍ଦ୍ର ସିଂହ ତୋମରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହି ପତ୍ରରେ କହିଛନ୍ତି ଯେ ଓଡିଶା ସରକାରଙ୍କ ନିଜସ୍ୱ ବିଜୁ ପକ୍କା ଘର ଯୋଜନାରେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଗ୍ରାମାଂଚଳରେ ୧୭ ଲକ୍ଷ କଚା ଘରକୁ ପକ୍କାଘରରେ ପରିବର୍ତନ କରିଥିବା ରାଜ୍ୟ ସରକାର ରଥଯାତ୍ରା ଅବସରରେ ବିଜ୍ଞାପନରେ ପ୍ରକାଶ କରିଛନ୍ତି । ମାତ୍ର ରାଜ୍ୟ ସରକାର ତାଙ୍କର ରୁରାଲ ହାଉସିଂ ୱେବସାଇଟରେ ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କାଘର ଯୋଜନା ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମବୀ ଶ୍ରୀ ତୋମର ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହି ଜନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଅନ୍ଧାରରେ ରହିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉେଲ୍ଲେଖ କରିଛନ୍ତି । ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ୨୦୧୬ ମସିହାରେ ଗ୍ରାମାଂଚଳବାସୀଙ୍କ ପାଇଁ ଦଶ ଲକ୍ଷ ବିଜୁ ପକ୍କା ଘର ତିଆରି କରିଥିବା ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିଥିଲେ । ଯେତେବେଳେ ବିଧାନସଭାରେ ଏହି ପ୍ରଶ୍ନ ଉଠାଗଲା ରାଜ୍ୟ ସରକାର ଏହି ପ୍ରଶ୍ନର ଉତର ନ ଦେଇ ଡିସେମ୍ବର ୦୬, ୨୦୧୬େରେ ତଥ୍ୟ ସଂଗ୍ରହ କରା ଯାଉଛି ବୋଲି କହି ଏଡାଇ ଯାଇଥିଲେ । ଶ୍ରୀ ପ୍ରଧାନ ଏହି ପତ୍ରରେ କେନ୍ଦ୍ର ସରକାରଙ୍କର ଗରୀବଙ୍କ ପାଇଁ ପକ୍କା ଘର ଯୋଜନାରେ ଘର ଗୁଡିକୁ ଦଳୀୟ ଭିତିରେ ବଂଟା ଯିବାର ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି ।

• ବିଜୁ ପକ୍କା ଘର ଯୋଜନାରେ ରାଜ୍ୟସରକାର ୧୭ ଲକ୍ଷ ପକ୍କା ଘର କରିଥିବା ବିଜ୍ଞାପନ ଦେଇଛନ୍ତି ମାତ୍ର ତାଙ୍କର ରୁରାଲ ହାଉସିଂ ୱେବସାଇଟରେ ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କାଘର ଯୋଜନା ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ କରିଛନ୍ତି
• ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ କଲେ ଅନୁରୋଧ
• ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି
• ଗରୀବଙ୍କ ପାଇଁ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପ୍ରଧାନ କଲେ ଅନୁରୋଧ
• ଏହି ଜନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଅନ୍ଧାରରେ ରହିବେ ନାହିଁ
• ୨୦୧୬ ମସିହାରେ ଗ୍ରାମାଂଚଳବାସୀଙ୍କ ପାଇଁ ଦଶ ଲକ୍ଷ ବିଜୁ ପକ୍କା ଘର ତିଆରି କରିଛନ୍ତି ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର
• ବିଧାନସଭାରେ ଏହି ପ୍ରଶ୍ନ ଉଠାଇଲା ବେଳେ ରାଜ୍ୟ ସରକାର ଏହି ପ୍ରଶ୍ନର ଉତର ନ ଦେଇ ଡିସେମ୍ବର ୦୬, ୨୦୧୬ରେ ତଥ୍ୟ ସଂଗ୍ରହ କରା ଯାଉଛି ବୋଲି କହି ଏଡାଇ ଯାଇଥିଲେ
• ଗରୀବଙ୍କ ପକ୍କା ଘର ଯୋଜନାରେ ଘର ଗୁଡିକୁ ଦଳୀୟ ଭିତିରେ ବଂଟା ଯିବାର ଅଭିଯୋଗ ସମ୍ପର୍କରେ କଲେ ଅବଗତ
• ୨୦୧୧ ମସିହାର ସାମାଜିକ- ଅର୍ଥନୈତିକ ଜନଗଣନା ଓ ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ତାଲିକାକୁ ସ୧ାନ ନ ଦେଇ ଦଳୀୟ ଆଧାରରେ ବଂଟା ଯାଉଥିବା ବିଷୟରେ ଗଣମାଧ୍ୟମ ରିପୋର୍ଟ ସମ୍ପର୍କରେ କଲେ ଅବଗତ
• ଭାରତ ସରକାରଙ୍କ ପ୍ରଧାନମବୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ ତାଙ୍କ ଘର ଉପରେ ବିଜୁ ପକ୍କା ଘର ଲୋଗୋ ଲଗାଇବା ପାଇଁ କରାଯାଉଛି ବାଧ୍ୟ
• କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହିବା ଓଡିଶା ସରକାରଙ୍କ ନୂଆ କାମ ନୁହେଁ, ଟଙ୍କିକିଆ ଚାଉଳ, ୧୦୮ ଆମ୍ବୁଲାନ୍ସ ପ୍ରସଙ୍ଗ ଉଲ୍ଲେଖ କଲେ ଶ୍ରୀ ପ୍ରଧାନ
• ପ୍ରଧାନମବୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଘୋଷଣା ପରେ ଏହି ଯୁଗାନ୍ତକାରୀ ଯୋଜନାରୁ ଦୃଷ୍ଟି ହଟାଇବା ପାଇଁ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ଆଉ ଏକ ଯୋଜନା ଆରମ୍ଭ କରିବା ପ୍ରସଙ୍ଗ ସମ୍ପର୍କରେ ଅବଗତ କଲେ