ଏଣିକି ଗୋଟିଏ ମିସଡ଼୍ କଲରେ ଘରେ ପହଁଚିବ ଗ୍ୟାସ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରୁ ଇଣ୍ଡିଆନ ଅଏଲର ମିସଡ୍ କଲରେ ସର୍ବଭାରତୀୟ ଗ୍ୟାସ ରିଫିଲ୍ ବୁକିଂର ଲଚିଂ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆର ସ୍ୱପ୍ନ ସାକାର କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରୁ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ୱରର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନର ଶୁଭାରମ୍ଭ କରିଛନ୍ତି । ସେହିପରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ଏକ୍ସପି ୧୦୦ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ ମଧ୍ୟ ହୋଇଯାଇଛି । ଏହି ସବୁ କାର୍ଯ୍ୟକ୍ରମ
ପାଇଁ ଶ୍ରୀ ପ୍ରଧାନ ଆଇଓସିଏଲକୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

png Minister launchs Indian Oil Corporation missed-call facility for gas booking

 ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ମିଳିବ ସୁବିଧା
 ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର
 ଭୁବନେଶ୍ୱରରେ ମିସଡ୍ କଲରେ ହେବ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ
 ଖୁବ ଶୀଘ୍ର ଓଡିଶାରେ ଏବଂ ଆଗାମୀ କିଛି ମାସରେ ଦେଶରେ ଏହି ସୁବିଧା ଉପଲବ୍ଧ ହେବ
 ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହରରେ ଏକ୍ସପି ୧୦୦ ପ୍ରଚଳନର ଶୁଭାରମ୍ଭ
 ଦିଗବୋଇ ବିଶୋଧନାଗାରରୁ ଏକ୍ସପି ୧୦୦ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ
 ଗରିବଙ୍କ ଠାରୁ ଗରିବଙ୍କ ପାଖରେ ଅତ୍ୟାଧୁନିକ ସୁବିଧା ପହଁଚାଇବା ପାଇଁ ଡିଜିଟାଲ ଇଣ୍ଡିଆ
 ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି
 ଟେକ୍ନୋଲୋଜି ଦ୍ୱାରା ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ବଢ଼ାଇବା ପାଇଁ ମୋଦି ସରକାର ପ୍ରତିବଦ୍ଧ
 କରୋନା ସମୟରେ ଦେଶରେ ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରାଯାଇଛି

png Minister launchs Indian Oil Corporation missed-call facility for gas booking
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ସର୍ବାଧିକ ପ୍ରାଥମିକତା ଦେଇଥିବା ବେଳେ ଆଜି ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ । ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର । ତେବେ ଖୁବ ଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକ ମାନଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି । ଅନେକ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ମଜାକ୍ କରୁଥିବା ବେଳେ ବର୍ତମାନ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ସମ୍ପନ୍ନ ଘର ଲୋକଙ୍କ ପାଖରେ ଏହି ଅତ୍ୟାଧନିକ ସୁବିଧା ପହଁଚାଇବା ନୁହେଁ ବରଂ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି । ସମସ୍ତଙ୍କ ଘରେ ଗ୍ୟାସ ଉପଲବଦ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ । ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବାବେଳେ ଏବେ କିନ୍ତୁ ମୋଦି ସରକାରରେ ଏହା ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଁଚିଛି । ଖୁବ ଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ । ଏହା ହିଁ ମୋଦିଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ ।
ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ କରାଯାଇଛି । ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ଗତ ଡିସମ୍ବେର୧ରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁଣେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଥିଲା ।

png Minister launchs Indian Oil Corporation missed-call facility for gas booking

ଆସାମର ଦିଗବୋଇ ବିଶୋଧନାଗାରରୁ ଏକ୍ସପି ୧୦୦ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରାଯାଇଛି । ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ବଢ଼ାଇବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । କରୋନା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ, କରୋନା ଯୋଦ୍ଧାଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ ଦେଶର ତୈଳ ବିପରଣ କମ୍ପାନୀ ଯଥା ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ଇତ୍ୟାଦିଙ୍କ ଉଦ୍ୟମ କାରଣରୁ ଦେଶରେ ଏଲପିଜି ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରାଯାଇଛି । ଏହି ସଫଳତା ବିଶ୍ୱ ପାଇଁ ଆଜିର ଦିନରେ ଉଦାହରଣ ହୋଇଛି । ତେବେ ଭାରତ ଲୋକଙ୍କ ଇଚ୍ଛାଶକ୍ତି କାରଣରୁ ଏହା ସମ୍ଭବ ହୋଇପାରିଛି ।
png Minister launchs Indian Oil Corporation missed-call facility for gas booking