ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ହେବା ଓଡିଶାବାସୀଙ୍କ ସମ୍ମାନ : ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

 ବିଶ୍ୱଭୂଷଣ ବାବୁଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରି ଓଡିଶାକୁ ପୁଣି ସ୧ାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କୃତଜ୍ଞତା
 ବିଶ୍ୱଭୂଷଣ ବାବୁ ସବୁବେଳେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ଭାବରେ ସଂଗ୍ରାମ କରିଛନ୍ତି

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଶ୍ୱଭୂଷଣ ବାବୁଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରି ଓଡିଶାକୁ ପୁଣି ଥରେ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇବା ସହ ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ହେବା ଓଡିଶାବାସୀଙ୍କ ସମ୍ମାନ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ବିଶ୍ୱଭୂଷଣ ବାବୁ ସବୁବେଳେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ଭାବରେ ସାଲିସ ବିହୀନ ସଂଗ୍ରାମ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।