ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ହାଇଡ୍ରୋ କାବର୍ନ କ୍ଷେତ୍ରର ହେବ ଦ୍ୱିପାକ୍ଷିକ ଆଲୋଚନା

ଭୁବନେଶ୍ୱର : ତିନି ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ ( ୟୁଏଇ) ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଇ ୧୨ରୁ ୧୪ ଯାଏ ଶ୍ରୀ ପ୍ରଧାନଙ୍କର ୟୁଏଇ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେବୃଆରୀ -୨୦୧୮ ଗସ୍ତ ସମୟର ସ୍ଥିର ହୋଇଥିବା ଯୋଜନା ଗୁଡିକୁ ଆଗକୁ ବଢାଇବାକୁ ଉଦ୍ଦିଷ୍ଟ । ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ କାଳରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ସୁହେଲ ମୋହମ୍ମଦ ଫରାଜ ଅଲ ମାଜୁରୀ ଓ ଏହି ବିଭାଗର ରାଷ୍ଟ୍ର ମନ୍ତ୍ରୀ ଡ. ସୁଲତାନ ଅଲ ଜବେରଙ୍କ ସହ ହାଇଡ୍ରୋ କାର୍ବନ କ୍ଷେତ୍ରର ଦ୍ୱିପାକ୍ଷିକ ମାମଲାରେ ଆଲୋଚନା କରିବେ । ଭାରତ – ୟୁଏଇର ରଣନୀତିକ ଭାଗିଦାରୀର ଫ୍ରେମବାର୍କ ଆଧାରରେ ଏହାକୁ ଆଗକୁ ବଢାଇବା ପାଇଁ ଏଥିରେ ଆଲୋଚନା ହେବ । ୟୁଏଇର ଡାଉନଷ୍ଟ୍ରିମ ଇନଭେଷ୍ଟମେଂଟ ଫୋରମରେ ନୂଆ ବ୍ୟବସାୟ ଓ ନୂଆ ବଜାର ସମ୍ଭାବନା ବିଷୟ ଉପରେ ଶ୍ରୀ ପ୍ରଧାନ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୟୁଏଇର ମନ୍ତ୍ରୀ ମାନଙ୍କ ସହିତ ଭାରତର ମାଙ୍ଗଲୋର ଠାରେ ଷ୍ଟ୍ରାଟେଜିକ ତୈଳ ରିଜର୍ଭ ପାଇଁ ପ୍ରଥମ ଅଶୋଧିତ ତୈଳର କନସାଇନମେଂଟକୁ ପତାକା ଦେଖାଇ ଯାତ୍ରା ଆରମ୍ଭ କରିବାର ଶୁଭାରମ୍ଭ କରିବୋ ୟୁଏଇ ନିଜ ଖର୍ଚରେ ଏହି ଷ୍ଟ୍ରାଟେଜିକ ରିଜର୍ଭ ଭାରତରେ ତିଆରି କରିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୫.୮୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ସଂରକ୍ଷଣ ପାଇଁ ବୁଝାମଣା ହୋଇଥିଲ।। ତୈଳ ସହ ଦକ୍ଷତା ବିକାଶ ଦାୟିତ୍ୱରେ ଥିବା ଶ୍ରୀ ପ୍ରଧାନ ୟୁଏଇର ମାନବ ସମ୍ବଳ ବିକାଶ ମନ୍ତ୍ରୀ ନସିର ଅଲ ହମଲିଙ୍କ ସହ ସାକ୍ଷାତ କରିବେ । ଉଭୟ ମନ୍ତ୍ରୀ ୨୦୧୮ରେ ଅନୁଷ୍ଠିତ ସ୍କିଲ ମ୍ୟାପିଂ କନଫ୍ରେନ୍ସ ଆଧାରରେ ଆଗାମୀ ଯୋଜନା ସ୍ଥିର ହେବ । ଭାରତର ୨.୮ ମିଲିୟନ ମାନବ ସମ୍ବଳ ୟୁଏଇରେ ସ୍କିଲ ଓ ସେମି ସ୍କିଲ କ୍ଷେତ୍ରରେ କାମ କରୁଛନ୍ତି । ଏହି ଗସ୍ତ ସମୟରେ ଭାରତରେ କ୍ଷୁଦ୍ର ତୈଳକୂପ ଓ ଦେଶର ୧୭୪ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ସିଜିଡି ନେଟବର୍କରେ ପୁଂଜି ବିନିଯୋଗ ପାଇଁ ନିବେଶକାରୀ ମାନଙ୍କୁ ଆକର୍ଷିତ କରିବାକୁ ରୋଡ ସୋ ରେ ଶ୍ରୀ ପ୍ରଧାନ ଯୋଗ ଦେବେ ।