ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦିଆଯାଉ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ  :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ୍‌ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର ଭୂମିକା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି । ନିକଟରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠି, ୫ ହଜାର ସବିଜି ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନେକ କଲ୍ୟାଣକାରୀ ଯୋଜନା ଇସ୍ପାତ୍ ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହୋଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ କ୍ଷେତ୍ରର ଅଗ୍ରଣୀ ମାନଙ୍କୁ ଗ୍ରାମାଞ୍ଚଳର ଇସ୍ପାତ ଆବଶ୍ୟକତା ପୂରଣ ଦିଗରେ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଗ୍ରାମୀଣ ଭାରତରେ ଇସ୍ପାତ୍ ବ୍ୟବହାରକୁ ବଢାଇବା ଆମର ଲକ୍ଷ୍ୟ ରହିଛି । ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳରେ ନୂଆ ସୁଯୋଗ ତିଆରି ହେବ ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ । ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

png-minister-dharmendra-pradhan news