ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଦେଶରେ ଏବଂ ସାମାଜିକ ସ୍ତରରେ ନବସୃଜନ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ର (ଏସିଆଇସି)ର ଶୁଭାରମ୍ଭ କରିଛନ୍ତି । ସମାଧାନ ପ୍ରକ୍ରିୟା ସହିତ ନବସୃଜନର ପ୍ରକ୍ରିୟାକୁ ପ୍ରୋତ୍ସାହିତ କରି ସମାଜର ସେବା କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ଏହି ଅବସରରେ ବକ୍ତବ୍ୟ ରଖି ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୨୫ ସୁଦ୍ଧା ପାଂଚ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିବା ପାଇଁ ଅଟଳ ନବସୃଜନ ମିଶନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଂଚଳିକ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ସମସ୍ତ ଗ୍ରାମ ପଂଚାୟତରେ ନବସୃଜନ କେନ୍ଦ୍ର ଖୋଲିବା ପାଇଁ ସେ ନୀତି ଆୟୋଗକୁ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ନବସୃଜନ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଦୈନଦିନ ଜୀବନର ଅଂଶବିଶେଷ ଏବଂ ଏହାକୁ ଅଭିନବ ବ୍ୟବସ୍ଥା ମାଧ୍ୟମରେ ସମର୍ଥନ ଏବଂ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଏସିଆଇସି ଯୋଜନା ଆରମ୍ଭ କରିବା ପାଇଁ ନୀତି ଆୟୋଗର ପଦକ୍ଷେପକୁ ପ୍ରଶଂସା କରି ମନ୍ତ୍ରୀ କହିଲେ ଯେ, ଏହା ଦେଶର ସମସ୍ତ ଭାଗରେ ଅତ୍ୟାଧୁନିକ ନବସୃଜନ ଭିତିଭୂମି ନିର୍ମାଣ କରିବାରେ ସହାୟକ ହେବ । ଫଳରେ ଆକାଂକ୍ଷୀ ଜିଲ୍ଲା, ଟାୟାର-୨ ଓ ୩ ସହର, ଉତର-ପୂର୍ବାଂଚଳ ଏବଂ ଜାମ୍ମୁ ଓ କାଶ୍ମୀର ଉପରେ ବିଶେଷ ଧ୍ୟାନ ଦିଆଯାଇପାରିବ, ଯାହାଦ୍ୱାରା ଏହି ଅଂଚଳରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇପାରିବ । ଏସିଆଇସିର ତୃଣମୂଳସ୍ତରୀୟ କାର୍ଯ୍ୟଧାରା ଛୋଟ ଚିନ୍ତାଧାରା ଏବଂ ବଡ ଧରଣର ପ୍ରଭାବ ସହିତ ବିଭିନ୍ନ ସମ୍ପ୍ରଦାୟଭିତିକ ସମସ୍ୟାର ସମାଧାନ କରିପାରିବ ।

 ଦେଶରେ ପାରମ୍ପରିକ ଜ୍ଞାନର ଉପଯୋଗ ଓ ସମର୍ଥନ ଲାଗି ଅଭିନବ ବ୍ୟବସ୍ଥା ପାଇଁ ଆହ୍ୱାନ

 ଆକାଂକ୍ଷୀ ଜିଲ୍ଲା, ଟାୟାର-୨ ଓ ୩ ସହର, ଉତର-ପୂର୍ବାଂଚଳ ଏବଂ ଜାମ୍ମୁ ଓ କାଶ୍ମୀର ପ୍ରତି ବିଶେଷ ଧ୍ୟାନ

 ଏଆଇଏମକୁ ସର୍ବାଧିକ ୨.୫ କୋଟି ଟଙ୍କାର ସହାୟତା

ଏସିଆଇସି ଘରୋଇ ଏବଂ ରାଷ୍ଟ୍ରାୟତ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନୁଦାନର ବାହକ ହେବ ଏବଂ ଅଟଳ ନବସୃଜନ ମିଶନ (ଏଆଇଏମ୍) ମାଧ୍ୟମରେ ପ୍ରତ୍ୟକ୍ଷ ଅନୁଦାନ ଆସିବ । ଶ୍ରୀ ପ୍ରଧାନ କହିଲେ ଯେ, ପରୀକ୍ଷାଗାରରୁ ଜମିର ଦୂରତ୍ୱକୁ ହ୍ରାସ କରିବା ଏଆଇଏମର ଏକ ପ୍ରମୁଖ ଉଦ୍ଦେଶ୍ୟ ଏବଂ ଭାରତରେ ଉଦ୍ୟମିତା ପରିସ୍ଥାନକୁ ସୁଦୃଢ଼ କରିବାରେ ଅଟଳ ସାମାଜିକ ନବସୃଜନ କେନ୍ଦ୍ରର ବଡ ଭୂମିକା ରହିବ ।

ଭାରତର ନବସୃଜନ କାହାଣୀରେ ଏସିଆଇସିଏସ ଏକ ନୂତନ ଅଧ୍ୟାୟ ଯୋଗ କରିବ । ଏପରି ଏକ ଭିତିଭୂମି ଯେଉଁଠାରେ ଦେଶର ଅଧିକାଂଶ ଅଭିନବ ମସ୍ତିଷ୍କକୁ ଅତ୍ୟାଧୁନିକ ଉଦ୍ୟମିତା ଆହ୍ୱାନର ସମାଧାନ ପାଇଁ ସୂତ୍ର ମିଳିପାରିବ । ମନ୍ତ୍ରୀ ମଧ୍ୟ କହିଲେ ଯେ ବିଭିନ୍ନ ଫାର୍ମରୁ ବାହାରୁଥିବା ବର୍ଜ୍ୟବସ୍ତୁ ଦ୍ୱାରା ଭାରତ ପାଖାପାଖି ୬୦୦ ମିଲିଅନ ମେଟ୍ରିକ ଟନ ଅଣଜୀବାଷ୍ମ ବାୟୋମାସ ଉତ୍ପାଦନ କରୁଛି । ଏହାକୁ ଶକ୍ତିରେ ରୂପାନ୍ତରିତ କରିପାରିଲେ ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ, ଭବିଷ୍ୟତ ପାଇଁ ସ୍ଥାୟୀ ଇନ୍ଧନ ମିଳିପାରିବ ଏବଂ ଏହା ଫଳରେ ଆମର ଅନ୍ନଦାତା ଏବଂ ଉର୍ଜାଦାତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି – ବର୍ଜ୍ୟରୁ ସମ୍ପଦ ସୃଷ୍ଟିରେ ସାମିଲ କରାଯାଇପାରିବ । ପ୍ରକୃତରେ ଏହା ହେଉଛି ଏକ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ । ଦେଶରେ ସାଂସ୍କୃତିକ ନବସୃଜନ ପାଇଁ ସେ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ, ଇସ୍ପାତ ଓ ପେଟ୍ରୋଲିୟମ କ୍ଷେତ୍ରର ରାଷ୍ଟ୍ରାୟତ କମ୍ପାନୀ ଏହି ଅଭିନବ ମିଶନକୁ ସହାୟତା ପ୍ରଦାନ କରିବେ । “ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ମୁଁ ରାଷ୍ଟ୍ରାୟତ କ୍ଷେତ୍ରର କମ୍ପାନୀମାନଙ୍କୁ କହିଛି । ଦେଶରେ ଉପଲ୨ ବାୟୋମାସରୁ ଶକ୍ତି ଉତ୍ପନ୍ନ ପାଇଁ ଅଭିନବ ସମାଧାନର ପନ୍ଥା ନିର୍ଦ୍ଧାରଣ ଲାଗି ଏସିଆଇସିର ନବସୃଜନ ଲାଗି ମୁଁ ମଧ୍ୟ ନୀତି ଆୟୋଗ ଓ ଏଆଇଏମକୁ ଅନୁରୋଧ କରିଛି,” ବୋଲି ଶ୍ରୀ ପ୍ରଧାନ କହିଥିଲେ । ମନ୍ତ୍ରୀ ପୁନ କହିଲେ ଯେ ଏସିଆଇସି ଦ୍ୱାରା ପ୍ରଦାନ କରାଯାଉଥିବା ବିଶେଷ ଓ ପ୍ରୋତ୍ସାହନମୂଳକ ସମାଧାନ ମାଧ୍ୟମରେ ନୂତନ ପ୍ରକ୍ରିୟା ଓ ବ୍ୟବସ୍ଥା ସୃଷ୍ଟି ପାଇଁ ଛାତ୍ର, ଗବେଷକ, ବିଭିନ୍ନ ବ୍ୟକ୍ତିବିଶେଷ ଓ ଗ୍ରୁପ ଉତ୍ସାହିତ ହେବେ । ଏସିଆଇସିଗୁଡିକ ମଧ୍ୟ ଅଭିନବ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଆମ ବଜାର ଏବଂ ଅର୍ଥବ୍ୟବସ୍ଥାର ମୁଖ୍ୟସ୍ରୋତ ସହିତ ଯୋଡିବେ । ଦେଶରେ ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ନିଆଯାଉଥିବା ନବସୃଜନ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଏସିଆଇସି ହେଉଛି ଅଟଳ ନବସୃଜନ ମିଶନର ଏକ ନୂତନ ପଦକ୍ଷେପ । ସମାଧାନ ବ୍ୟବସ୍ଥା ଥିବା ପ୍ରକ୍ରିୟା ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରି ସମାଜର ସେବା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଦ୍ୱାରା ଉନ୍ନତ ଷ୍ଟାର୍ଟ-ଅପ୍ ଓ ପରିସ୍ଥାନ ବ୍ୟବସ୍ଥା ନଥିବା ଦେଶର ଅନୁନ୍ନତ ଅଂଚଳ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ । ଘରୋଇ – ରାଷ୍ଟ୍ରାୟତ ଉଦ୍ୟୋଗରେ କିମ୍ବା ପିଏସୟୁ ଓ ଅନ୍ୟାନ୍ୟ ଏଜେନ୍ସି ସହାୟତାରେ ଏସିଆଇସି ପ୍ରତିଷ୍ଠା କରାଯିବ । ଏସିଆଇସି ନିର୍ଦ୍ଦେଶାବଳୀ ମୁତାବକ ଓ ଅନୁଦାନ ପ୍ରଦାନ କରୁଥିବା ବିଭିନ୍ନ ଯୋଗଦାନକାରୀ ଅନୁଷ୍ଠାନ ଏବଂ ସେମାନଙ୍କ ଅଂଶୀଦାରଙ୍କ ସହମତି କ୍ରମେ ଏଆଇଏମକୁ ସର୍ବାଧିକ ୨.୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିବ । ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।