ଭୁବନେଶ୍ବର : ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶକରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Tweet ରେ ଲେଖିଛନ୍ତି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ୧୧ କେଭି ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିବା କରଣରୁ ଅନେକ ଯାତ୍ରୀ ମୃତାହତ ହେବା ଖବର ଶୁଣଇ ମୁଁ ଦୁଃଖିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମ ମାନର ଚିକିତ୍ସା ଯେଗାଇଦେବେ ବୋଲି ମୋର ଆଶା । ତେୁଁ କାରଣରୁ ଘଟଣା ଘଟିଛି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ସେଥିପାଇଁ ସଜାଗ ରହିବା ଜରୁରୀ । ଏଥିସହିତ ସେ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।