୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦% ହ୍ରାସ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

“ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ୱେବିନାରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ “ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଇଜ୍ ଅଫ୍ ଡୁଇଂ ବିଜନେସକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ
ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ଭାରତ ବିଶ୍ୱ ପ୍ରାଥମିକ ଉର୍ଜାର କେବଳ ୬ ପ୍ରତିଶତ ବ୍ୟବହାର କରୁଛି । ଏହା ସ୍ୱତ୍ୱେ ଭାରତର ମୁଣ୍ଡ ପିଛା ଉର୍ଜା ବ୍ୟବହାର ବିଶ୍ୱ ହାରାହାରିର ଏକ ତୃତୀୟାଂଶ ରହିଛି । ମାତ୍ର ଏଥିରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଉଛି । ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ କାରଣ ୨୦୪୦ ସୁଦ୍ଧା ଭାରତର ନିଜର ବାର୍ଷିକ ଉର୍ଜା ବ୍ୟବହାରରେ ୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ୨୦୪୦ ସୁଦ୍ଧା ମଜବୁତ୍ ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ମୋଟ ବିଶ୍ୱ ପ୍ରାଥମିକ ଉର୍ଜା ଚାହିଦାର ସେୟାର ଦୁଇ ଗୁଣା ବୃଦ୍ଧି ପାଇ ପ୍ରାୟ ୧୧ ପ୍ରତିଶତ ହେବ । ଅପରପକ୍ଷରେ ଉର୍ଜା କ୍ଷେତ୍ର ତଥା ବିକଳ୍ପ ଇନ୍ଧନ ପ୍ରସ୍ତୁତ ଦିଗରେ ଆମର ବିଭିନ୍ନ ପଦକ୍ଷେପ ସତ୍ୱେ ୨୦୪୦ ସୁଦ୍ଧା ଭାରତର ତୈଳ ଚହିଦା ଦୁଇଗୁଣିତ ହେବ ଏବଂ ଗ୍ୟାସ ଚାହିଦା ତିନିଗୁଣା ବୃଦ୍ଧିପାଇବ । ଅର୍ଥନୀତି ଅଭିବୃଦ୍ଧି କରିବା ଓ ଉର୍ଜା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମର ବିଶୋଧନାଗାର କ୍ଷମତା ୨୫୦  ଏମଏମଟିପିଏରୁ ୪୫୦ ଏମଏମଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉଛି । ଏହା ଭାରତକୁ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ।

 ଆଗାମୀ ଦିନରେ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ ଭାରତ
 ଇଜ୍ ଅଫ୍ ଡୁଇଂ ବିଜନେସକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ
 ୨୦୪୦ ସୁଦ୍ଧା ଭାରତର ବିଶ୍ୱ ପ୍ରାଥମିକ ଉର୍ଜା ଚାହିଦାର ସେୟାର ଦୁଇ ଗୁଣା ହେବ
 ଭାରତର ବାର୍ଷିକ ଉର୍ଜା ବ୍ୟବହାର ୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ
 ଭାରତର ତୈଳ ଚହିଦା ଦୁଇଗୁଣା ହେବ ଏବଂ ଗ୍ୟାସ ଚାହିଦା ତିନିଗୁଣା ବୃଦ୍ଧିପାଇବ
 ବିଶୋଧନାଗାର କ୍ଷମତା ୪୫୦ ଏମଏମଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉଛି
 ୧୩୦ କୋଟି ଭାରତୀୟଙ୍କ ପାଇଁ ମନ୍ତ୍ର ହୋଇଛି ଆତ୍ମନିର୍ଭର ଭାରତ

ଭାରତର ଉର୍ଜା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶେଷ ରୋଡମ୍ୟାପ ରହିଛି । ଉର୍ଜାର ଉପଲବ୍ଧି, ସମସ୍ତଙ୍କୁ ଉର୍ଜା ଯୋଗାଇବା, ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ଉର୍ଜା ଯୋଗାଇବା, ଉର୍ଜା ବ୍ୟବହାରରେ ଦକ୍ଷତା ଏବଂ ଜଣେ ଦାୟିତ୍ୱବାନ ବୈଷୟିକ ନାଗରିକ ଭାବେ ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ସ୍ଥାୟୀ ଉର୍ଜାକୁ ଆଧାର କରି ଆମେ ଆଗାମୀ ପିଢିର ଭିତିଭୂମି ବିକାଶ କରୁଛୁ । ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷେତ୍ରରେ ୪୫୦ ଗିଗାୱାଟ ଲକ୍ଷ୍ୟ ହାସଲ କରିବା ବ୍ୟତିତ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ସମନ୍ୱିତ ବିକାଶ, ଜୀବାଶ୍ମ ଇନ୍ଧନର ବ୍ୟବହାର, ହାଇଡ୍ରୋଜେନ ଭଳି ଇନ୍ଧନକୁ ଗୁରୁତ୍ୱ ଓ ଡିଜିଟାଲ ଟେକ୍ନୋଲୋଜି ଉପରେ ଅଧିକ ଧାନ ଦେଉଛି । ଆମର ଉର୍ଜା ଏଜେଣ୍ଡା ଅନ୍ତର୍ଭୃକ୍ତିକରଣ ଏବଂ ବଜାର ଆଧାରିତ ଓ ଜଳବାୟୁ ସହଯୋଗୀ । କରୋନା ମହାମାରୀ ମଧ୍ୟରେ ଭାରତୀୟମାନେ ଆତ୍ମନିର୍ଭର ହେବାକୁ ସଂକଳ୍ପବଦ୍ଧ ଅଛନ୍ତି ଏବଂ ଆତ୍ମନିର୍ଭର ଭାରତ ସମସ୍ତଙ୍କ ମନରେ ଅଛି । ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି । ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ଆତ୍ମନିର୍ଭର ଭାରତ ଏକ ମନ୍ତ୍ର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

PNG Minister Dharmendra pradhan adress Swarajya Webiner