ଡା.ବିଜୟ କୁମାର ସାହୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଆଣିଥିଲେ – ଧର୍ମେନ୍ଦ୍ର ପ୍ରଧାନ

ସାଇ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର :  ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡା. ବିଜୟ କୁମାର ସାହୁଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଆଣିବାରେ ସ୍ୱର୍ଗତ ସାହୁଙ୍କ ଭୂମିକା ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ
ଶ୍ରୀ ପ୍ରଧାନ ଶୋକବାର୍ତାରେ କହିଛନ୍ତି ଯେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡା. ବିଜୟ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟରେ ସାଇ ଇଂଟରନ୍ୟାସନାଲ ସ୍କୁଲ ଭଳି ଏକ ଉଚ୍ଚମାନର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଆଣିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଜଣେ ଶିକ୍ଷାବିତ୍ ଭାବରେ ନିଜ ସ୍ୱତନ୍ତ୍ର ଉପସ୍ଥାପନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା ସହ ପ୍ରେରିତ କରୁଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।