ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଆଣିଛନ୍ତି ବୈପ୍ଳବିକ ପରିବର୍ତନ-ଧର୍ମେନ୍ଦ୍ର ପ୍ରଧାନ

ଏନରଜାଇଜିଙ୍ଗ୍ ଅଫ୍ ଇଣ୍ଡିଆ -ଫୁଏଲିଙ୍ଗ ଏ ବିଲିୟନ୍ ଲାଇଭସ୍ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ
କେନ୍ଦ୍ର ମନ୍ତ୍ରୀ 

ନୂଆଦିଲ୍ଲୀ : ପ୍ରଧାନମବୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାବେଳେ ତାଙ୍କ ସରକାର ଗରିବଙ୍କ ପାଇଁ ସମର୍ପିତ ରହିବେ ବୋଲି ଯାହା କହିଥିଲେ ତାହା କାମରେ କରି ଦେଖାଇଲେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ  ମୋଦି ବୈପ୍ଳବିକ ପରିବର୍ତନ ଆଣିବାରେ ସକ୍ଷମ ହୋଇଛନ୍ତି ।
ଏନରଜାଇଜିଙ୍ଗ୍ ଅଫ୍ ଇଣ୍ଡିଆ -ଫୁଏଲିଙ୍ଗ ଏ ବିଲିୟନ୍ ଲାଇଭସ୍ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ
ଦେଇ କେନ୍ଦ୍ର ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏନର୍ଜି ଫରୋମ ଓ ରୁପା ପବ୍ଲିକେସନ ଦ୍ୱାରା ମୁଦ୍ରିତ ଏହି
ପୁସ୍ତକରେ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପାଖାପାଖି ୫ ବର୍ଷରେ
ଶକ୍ତି କ୍ଷେତ୍ରରେ ନେଇଥିବା ପଦକ୍ଷେପ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ଦେଶବାସୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା ରଖି ତାଙ୍କୁ
ପ୍ରଧାନମନ୍ତ୍ରୀ ର ଦାୟିତ୍ୱ ଦେଇଥିଲେ । ମୋଦି ପ୍ରଥମେ ସଂସଦରେ ନିଜ ଅଭିଭାଷଣରେ ଆମ ସରକାର ଗରିବ ଓ
ମହିଳାଙ୍କ ପାଇଁ ସମର୍ପିତ ହେବ ବୋଲି କହିଥିଲେ । ଏହି ପୁସ୍ତକ ସହ ତାର ସମ୍ପର୍କ ରହିଛି ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଶକ୍ତି ସବୁ ଲୋକଙ୍କୁ ମିଳୁ ତା’ ପରେ ଯାଇ ଶକ୍ତିର ନ୍ୟାୟ ବୋଲି କୁହାଯାଇପାରିବ
ଭାରତରେ ପ୍ରଥମ ଥର ତିନୋଟି କମ୍ପାନୀ ମିଶି ଗୋଟେ ମେଗା ରିଫାଇନାରୀ କରିବାର ଚିନ୍ତା କରୁଛନ୍ତି । ଏହି
ପୁସ୍ତକରେ ଗ୍ୟାସ ବେସଡ୍ ଇକୋନୋମୀ, ଶକ୍ତି ସଂରକ୍ଷଣ ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ଏହି
ପୁସ୍ତକରେ ବର୍ଣନା କରାଯାଇଥିବା ରୁ ଲେଖକ ଓ ପ୍ରକାଶକଙ୍କୁ ସାଧୁବାଦ ଜଣାଇଥିଲେ କେନ୍ଦ୍ରମବୀ ଶ୍ରୀ ପ୍ର ।