ଓଡିଶାର ବିକାଶ ନରେନ୍ଦ୍ର ମୋଦି କରିବେ-ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକର ରାଣୀତାଲ୍ରେ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସ୧ିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ବିକାଶରେ ବାଧକ ସାଜିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାବୁ ରୋଡ କରେଇଦେବେ ନାହିଁ, କୋଷ୍ଟାଲ ହାଇେଓ କରେଇ ଦେବେ ନାହିଁ, ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ ପାର୍କ କରେଇଦେବେ ନାହିଁ । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ । ଓଡିଆ ଲୋକ ଅସୁବିଧାରେ ରୁହନ୍ତୁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟତା ନହେଉ ରାଜ୍ୟ ସରକାର ଏହା ଚାହୁଁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ବସିଥିବା ଏହି ସ୍ଥାଣୁ, ଅପାରଗ, ସମ୍ବେଦନହୀନ, ରାଧୁଆମିଛୁଆ ସରକାର ଏଠାରେ ରୋଜଗାର ତିଆରି କରିପାରିବ ନାହିଁ । ଭାରତୀୟ ଜନତା ପାର୍ଟିର ଏମ୍ପି ଏଠାରୁ ପଠାଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡିବ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ଗୋଟେ ଇଞ୍ଜିନ୍ଏ ବଂ ଭୁବନେଶ୍ୱରରେ ଆଉ ଗୋଟେ ଇଞ୍ଜିନ ଲାଗିଲେ ଓଡିଶାରେ ବିକାଶ ତୀବ୍ରଗତିରେ ହେବ । ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ ଅଛି ପ୍ରଧାନମନ୍ତ୍ରୀ ଙ୍କ ଉପରେ । ଓଡିଶାର ବିକାଶ କେବଳ ସେ ହିିଁ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭଦ୍ରକର ରାଣୀତାଲ୍ରେ ଅନୁଷ୍ଠିତ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସ୧ିଳନୀରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ
ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଭାବାବେଗପୂର୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲୁ । ଦେଶ ଆଜି ଭାବୁକ ହୋଇଛି ।
୧୩୫ କୋଟି ଜନତାଙ୍କ ଭାରତର ସୈନିକ ଶକ୍ତି , ଅର୍ଦ୍ଦ ସୈନିକ ଶକ୍ତି ଉପରେ ଭରସା ଅଛି । ସଠିକ ସମୟରେ
ସଠିକ୍ ନିର୍ଣ୍ଣୟ ହେବ ଏହା ଆମର ପୂରା ବିଶା୍ୱସ ।
ଶ୍ରୀ ପ୍ରଧାନ ଆଜି ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କହିଲେ ଯେ, ଆଉ ଦୁଇ ମାସ ପରେ ଦେଶର ନିର୍ବାଚନ ଶେଷ ହେବ । ନିର୍ବାଚନ ପୂର୍ବରୁ ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରର ବିଜେପି କାର୍ଯ୍ୟକର୍ତାମାନେ ଏକାଠୀ ହୋଇଛନ୍ତି । ଓଡିଶାରେ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ଆଜି ଚରମ ସୀମାରେ ଅଛି । ଚଳିତଥର ଓଡିଶାରୁ ୨୧ଟି ଲୋକସଭାରୁ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ଏମପି ପଠାଇବା ପାଇଁ ସେ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଆମ ସମସ୍ତଙ୍କର ଦାୟିତ୍ୱ । ଦିଲ୍ଲୀରୁ ଟଙ୍କେ ଆସିଲେ ଗାଁରେ ୧୫ ପଇସା ପହଂଚୁଛି । ୮୫ ପଇସା ବାଟମାରଣା ହେଉଛି । ଦିଲ୍ଲୀରୁ ନରେନ୍ଦ୍ର ମୋଦି ଡିବିଟି ମାଧ୍ୟରେ ଓ ଆଧାର କାର୍ମା ଧ୍୍ୟାମରେ ଆଜି ଗରିବ ଲୋକଙ୍କ ପାଖରେ ପଇସା ପହଁଚାଇବାର ଯୋଜନା କରୁଛନ୍ତି ମାତ୍ର ଏହାକୁ ବିଜେଡିର ସାଂସଦ ମାନେ ବିରୋଧ କରୁଛନ୍ତି । କାରଣ ୮୫ ପଇସାର ଦଲାଲୀ ପକେଟକୁ ଆସିବ ନାହିଁ । ନରେନ୍ଦ୍ର ମୋଦି ଗରିବଙ୍କୁ ସିଧାସଳଖ ଟଙ୍କା ଦେବାନେଇ ବିଜୁ ଜନତା ଦଳର ଅସହମତି ଅଛି । ଓଡିଶାର ସାଂସଦ ମାନେ ସଂସଦରେ ଓଡିଶାର ଦୁଃଖକୁ ଗୁହାରୀ ନକରି ରାଫେଲ ପ୍ରସଙ୍ଗ ଉଠାଉଛନ୍ତି । କାହିଁକି ୟରୋ ଫାଇଟର କିଣଗଲା ନାହିଁ ବୋଲି ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି । ମୋଦି ଦେଶର ସୈନିକ ଶକ୍ତିକୁ ଦୃଢ କରିବା ପାଇଁ ରାଫେଲ୍କି ଣିବା ପାଇଁ ନିର୍ଣ୍ଣୟ କଲେ । ସୁପ୍ରିମକୋର୍ଟ ଓ ସିଏଜି ରାଫେଲରେ କୌଣସି ଦୁର୍ନୀତି ହୋଇନଥିବା କହିସାରିଲେଣି ା ପକେଟକୁ ୟୁରୋ ଫାଇଟରର ଦଲାଲୀ ପହଂଚି ପାରିଲାନାହିଁ ବୋଲି ବିଜେଡି ଏହାକୁ ବିରୋଧ କରୁଛି । ଖୋଦ ଦଲାଲୀ କରୁଥିବା ମିଶେଲ ଏକଥାକୁ ଏବେ ପରିପ୍ରକାଶ କରିଛି ।

 ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ ଅଛି ପ୍ରଧାନମବୀଙ୍କ ଉପରେ
 ଓଡିଶା ବିକାଶରେ ବାଧକ ସାଜିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ
 ଓଡିଆ ଲୋକ ଅସୁବିଧାରେ ରୁହନ୍ତୁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟତା ନହେଉ ରାଜ୍ୟ ସରକାର
ଚାହୁଁଛନ୍ତି
 ଭୁବନେଶ୍ୱରରେ ବସିଥିବା ସ୍ଥାଣୁ,ଅପାରଗ, ସମ୍ବେଦନହୀନ, ରାଧୁଆମିଛୁଆ ସରକାର ଏଠାରେ
ରୋଜଗାର ତିଆରି କରିପାରିବ ନାହିଁ
 ଦିଲ୍ଲାରେ ମୋଦିଙ୍କ ଗୋଟେ ଇଞ୍ଜିନ୍ ଏବଂ ଭୁବନେଶ୍ୱରରେ ଆଉ ଗୋଟେ ଇଞ୍ଜିନ ଲାଗିଲେ ଓଡିଶାରେ
ବିକାଶ ତୀବ୍ରଗତିରେ ହେବ
 ଦିଲ୍ଲୀରୁ ଟଙ୍କେ ଆସିଲେ ଗାଁରେ ୧୫ ପଇସା ପହଂଚୁଛି ,୮୫ ପଇସା ବାଟମାରଣା ହେଉଛି
 ରାହୁଲ ଗାନ୍ଧି ଏବଂ ବିଜୁ ଜନତା ଦଳର ବନ୍ଧୁମାନେ ୟୁରୋ ଫାଇଟର ପାଇଁ ଓକିଲାତି କରୁିଛନ୍ତି, ଉଭୟ
ମିଶେଲ ମାମାର ରାତ୍ରି ଭୋଜନ ଖାଉଛନ୍ତି
 ରାଜନାଥ ସିଂହ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ଯଥା ବନ୍ୟା, ବାତ୍ୟା ପାଇଁ ସହାୟତା ରାଶି ମୁକ୍ତ
ହସ୍ତରେ ଦାନ କରୁଛନ୍ତି
 ଅଙ୍ଗନବାଡି କର୍ମୀ, ଶିକ୍ଷା ସହାୟିକା ମାନଙ୍କୁ ନରେନ୍ଦ୍ର ମୋଦି ସରକାର ଅଧିକ ପଇସା ପଠାଇଲେ ମଧ୍ୟ
ରାଜ୍ୟ ସରକାର ଏ ପଇସାକୁ ଦେବାକୁ ପ୍ରସ୍ତୁତ ନାହାନ୍ତି
 ନବୀନ ବାବୁଙ୍କ ସରକାର ପିଏମ କିଷାନ ଯୋଜନା ଲାଭ ପାଇଁ ଚାଷୀ ତାଲିକା ନପଠାଇଲେ ତାଙ୍କୁ
ଶାନ୍ତିରେ ବସାଇ ଦିଆଯିବନାହିଁ

ଶ୍ରୀ ପ୍ରଧାନ କହିଛନ୍ତି ରାହୁଲ ଗାନ୍ଧି ଏବଂ ବିଜୁ ଜନତା ଦଳର ବନ୍ଧୁମାନେ ୟୁରୋ ଫାଇଟର ପାଇଁ ଓକିଲାତି
କରୁିଛନ୍ତି । ଉଭୟ ମିଶେଲ ମାମାର ରାତ୍ରି ଭୋଜନ ଖାଉଛନ୍ତି । ମାତ୍ର ଉଭୟଙ୍କର ଗରିବ ଓଡିଶା ଲୋକଙ୍କର ଚିନ୍ତା
ନାହିଁ । ପୂର୍ବ ଅପେକ୍ଷା ଏଥର ରାଜନାଥ ସିଂହ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ଯଥା ବନ୍ୟା, ବାତ୍ୟା ପାଇଁ ସହାୟତା ରାଶି ମୁକ୍ତ ହସ୍ତରେ ଦାନ କରୁଛନ୍ତି । ଓଡିଶାରେ ଭଦ୍ରକ ଜିଲ୍ଲା ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଟେକ୍ସଟାଇଲ ପାର୍କ, ଇଣ୍ଡିଆନ୍ ଅଏଲ କର୍ପୋରେସନ କରିବାକୁ ଯୋଜନା କରୁଥିବା ବେଳେ ବିଜେଡି ସରକାର ଏଠାରେ ତାକୁ କରେଇ ଦେଉନାହାଁନ୍ତି । ଏଠାରେ ୪୧୫ କିମି ବ୍ୟାପି କୋଷ୍ଟାଲ ହାଇେଓ ହେବା ନେଇ ମଧ୍ୟ ବିଜେଡି ଦଳର ସହମତି ନାହିଁ । ସେହିପରି ଓଡିଶାରେ ଆୟୁଷ୍ମାନ ଭାରତ ନବୀନ ବାବୁ ଲାଗୁ କଲେ ନାହିଁ । ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ଘର ପିଛା ବର୍ଷକୁ ୫ ଲକ୍ଷ ଟଙ୍କାର ଦାୟିତ୍ୱ ଆୟୁଷ୍ମାନ ୟୋଜନାରେ ରତ ସରକାର ଦେବାକୁ ପ୍ରସ୍ତୁତ ଅଛି । ଓଡିଶା ସରକାର ଏ କାର୍ଯ୍ୟକ୍ରମକୁ ଲାଗୁ କରିବାକୁ ପ୍ରସ୍ତୁତ ନୁହେଁ । କାଳେ ମୋଦିଙ୍କ ନା ହୋଇଯିବ ଏହି ସବୁ କାର୍ଯ୍ୟକ୍ରମକୁ ଓଡିଶା ସରକାର ଲାଗୁ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଗରିବ ମା ଭଉଣୀଙ୍କ ପାଇଁ ପାଇଖାନା କରିବା ପାଇଁ ପଇସା ପଠାଇଲେ । ମାତ୍ର ଏବେ ଓଡିଶାରେ ୧୦୦ ଜଣଙ୍କ ଘରୁ ୩୦ ଜଣଙ୍କ ଘରେ ପାଇଖାନା ବନିନାହିଁ । ଅଙ୍ଗନବାଡି କର୍ମୀ, ଶିକ୍ଷା ସହାୟିକା ମାନଙ୍କୁ ନରେନ୍ଦ୍ର ମୋଦି ସରକାର ଅଧିକ ପଇସା ପଠାଇଲେ ମଧ୍ୟ ରାଜ୍ୟ ସରକାର ଏ ପଇସାକୁ ଦେବାକୁ ପ୍ରସ୍ତୁତ ନାହାନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ବାଲେଶ୍ୱର ଜିଲ୍ଲା ଧାନ ଉତ୍ପାଦନ ଅଂଚଳରେ ମଧ୍ୟ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କା ନରେନ୍ଦ୍ର ମୋଦିଙ୍କ ସରକାର କରିବା ପରେ ମଧ୍ୟ ଏଠାରେ ଓଡିଶା ସରକାର ମିଲ ମାଲିକମାନଙ୍କ ସାଙ୍ଗରେ ଅସାଧୁ ମେଂଟ କରି କମ୍ ପଇସାରେ ଧାନ କିଣିଲେ । ଓଡିଶା ସରକାର ଏବେ କାଳିଆ ଯୋଜନା ଆରମ୍ଭ କରିଛନ୍ତି । କାଳିଆ ଯୋଜନାରେ ବିଧାୟକ, ମବୀ, ସାଂସଦଙ୍କ ନା ଥିବା ଗଣମାଧ୍ୟମରେ ବାହାରୁଛି । ଅନ୍ୟପଟେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡିଶାର ୩୦-୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ପଠାଇବାର ଯୋଜନା କଲେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖୁଛନ୍ତି । ପ୍ରଧାନମବୀ କିଷାନ ଯୋଜନାରେ ଆସୁଥିବା ଟଙ୍କା ଓଡିଶାର ଚାଷୀଙ୍କୁ ମିଳିବା ଦରକାର । ନବୀନ ବାବୁଙ୍କ ସରକାର ଚାଷୀ ତାଲିକା ନପଠାଇଲେ ତାଙ୍କୁ ଶାନ୍ତିରେ ବସାଇ ଦିଆଯିବନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଆଜି ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆସୁଛି ଦିଲ୍ଲୀରୁ । କିନ୍ତୁ ଏଠାରେ ବିନା ହାତ ଗୁଞ୍ଜାରେ, ବିନା ଲାଂଚରେ ଓଡିଶାରେ ଘର ମିଳୁନାହିଁ । ଆଗାମୀ ୨୦୨୨ରେ ଭାରତରେ ଗୋଟେ ଗରିବ ଲୋକ ରହିବ ନାହିଁ ଯା ଘରେ ପକ୍କା ଛାତ ନଥିବା । ଏକଥା ନରେନ୍ଦ୍ର ମୋଦି ପ୍ରତିଜ୍ଞା କରିଛନ୍ତି । ଓଡିଶାରେ ଦାୟିତ୍ୱ ନେବା ପାଇଁ ଆମେ ପ୍ରତିଶ୍ରୁତି ପତ୍ର ଆରମ୍ଭ କରିଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।