ଆଜି ମୋଦିଙ୍କ ‘ମନ କି ବାତ୍‌’

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶରେ ଥିବା ଭାରତୀୟଙ୍କୁ ସମ୍ବୋଧିତ କରିବେ। ‘ମନ କି ବାତ୍’ର ଏହା ୬୭ ତମ ପର୍ଯ୍ୟାୟ ହେବ ।

ଏହା ସମଗ୍ର ଅଲ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନରେ ପ୍ରସାରିତ ହେବ । ଏହାସହ ୱେବସାଇଟ୍ www.newsonair.com ଓ ନ୍ୟୁଜୋନେୟାର ମୋବାଇଲ୍ ଆପରେ ମଧ୍ୟ ପ୍ରସାରିତ ହେବ । ଅନ୍ୟପକ୍ଷେ AIR, DD News, PMO, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ । ଶେଷଥର ପାଇଁ ଜୁନ ୨୮ ରେ ମୋଦି ମନ୍ କି ବାତ୍ କହିଥିଲେ ।