ଅମ୍ଫାନ ମୁକାବିଲା ନେଇ ରାଜ୍ୟସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ମହାବାତ୍ୟା ଅମ୍ଫାନ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ରାଜ୍ୟସରକାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ରାଜ୍ୟ ସାହସିକତାର ସହ ବାତ୍ୟାକୁ ମୁକାବିଲା କଲା । ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କ ନିକଟରେ ଯଥା ସମ୍ଭାବ୍ୟ ସହୟତା ପହଁଞ୍ଚାଇବା ପାଇଁ କ୍ଷେତ୍ରରେ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ଏହି ପରିସ୍ଥିତି ତୁରନ୍ତ ସ୍ୱାଭାବିକ ହେଇଯିବ ବୋଲି ମୁଁ ପ୍ରାର୍ଥନା କରୁଛି ।