ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୋକ ପ୍ରକାଶ

କଟକ :ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଜଣାଇଛନ୍ତି। ସେ ଫଟୋ ଟୁଇଟ କରି ଲେଖିଛନ୍ତି, ଡି. ପ୍ରକାଶ ରାଓଙ୍କ ହଠାତ୍‌ ପରଲୋକ ଖବର ଶୁଣି ମୁଁ ମର୍ମାହତ ଅନୁଭବ କରୁଛି। ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ଭୂମିକା କ’ଣ ସେ ଭଲ ଭାବରେ ବୁଝିପାରିଥିଲେ। କିଛି ବର୍ଷ ପୂର୍ବରୁ ମୁଁ କଟକରେ ତାଙ୍କୁ ଭେଟିଥିଲି। ଶୋକ ସନ୍ତପ୍ତ ପରିବାରକୁ ‌ସମବେଦନା ଜଣାଉଛି।
ଏତଦ ବ୍ୟତୀତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ପ‌ରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ‌୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ବ୍ରେନ୍‌ ଷ୍ଟୋକ୍‌ ଯୋଗୁଁ ପଦ୍ମଶ୍ରୀ ରାଓଙ୍କର ବିୟୋଗ ହୋଇଥିବା ନେଇ ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରାଓଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

pm narendramodi condolence over demise of d prakash rao