ଆମେରିକାର ଖବର କାଗଜରେ ସ୍ତମ୍ଭ ଲେଖିଲେ ପିଏମ ମୋଦୀ

ନୂଆଦିଲ୍ଲୀ:ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶ-ଦୁନିଆରେ ବାପୁଙ୍କୁ ସ୍ମରଣ କରାଯାଉଛି । ଏହି ଅବସରରେ ପିଏମ ମୋଦୀ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇବା ସହ ଆମେରିକାର ଖବର କାଗଜ(ନ୍ୟୁୟର୍କ ଟାଇମ୍ସ)ରେ ଏକ ଲେଖା ମଧ୍ୟ ଲେଖିଛନ୍ତି । ଆଜି ଖବର କାଗଜରେ ପ୍ରାକଶ ପାଇଥିବା ଲେଖାରେ ଗାନ୍ଧୀଙ୍କୁ “ବେଷ୍ଟ ଟିଚର” କୁହାଯାଇଛି । ଏହାସହ ଅହିଂସା ଏବଂ ପ୍ରେମରେ ଭରପୁର ଥିବା ଗାନ୍ଧୀଙ୍କ ସ୍ୱପ୍ନର ଦୁନିଆ କରିବା ପାଇଁ ସହଯୋଗ ମାଗିଛନ୍ତି । ପ୍ରକାଶ ପାଇଥିବା ଲେଖାରେ ସାମାଜିକ କର୍ମୀ ମାର୍ଟିନ ଲୁଥର କିଙ୍ଗ, ନେଲସନ ମଣ୍ଡେଲାଙ୍କ ସହ ଜଡିତ ଥିବା କିଛି ଘଟଣାକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ଏମାନେ ଗାନ୍ଧୀଙ୍କ ପ୍ରଶଂସା କରିଥିଲେ । 

ସର୍ବ ପ୍ରଥମେ ପିଏମ ମୋଦୀ ମୌଳିକ ଅଧିକାରର ବଡ କର୍ମୀ ମାର୍ଟିନ ଲୁଥର କିଙ୍ଗଙ୍କ କଥା ଉଲ୍ଲେଖ କରିଛନ୍ତି । ପ୍ରକାଶ ହୋଇଥିବା ଲେଖା ଅନୁସାରେ ମାର୍ଟିନ ଭାରତକୁ କୌଣସି ଧାର୍ମିକ ସ୍ଥଳ ପରି ଦେଖୁଥିଲେ କାରଣ ସେ ମହାତ୍ମା ଗାନ୍ଧୀଙ୍କଠାରୁ ଅନେକ ପ୍ରଭାବିତ ଥିଲେ । ଲେଖାରେ ପିଏମ ମୋଦୀ ନେଲସନ ମାଣ୍ଡେଲାଙ୍କ ଦ୍ୱାରା କରାଯାଇଥିବା ଗାନ୍ଧୀଙ୍କ ପ୍ରଶଂସା କଥାକୁ ମଧ୍ୟ ସ୍ଥାନ ଦିଆଯାଇଥିଲା । ପିଏମ ମୋଦୀ ଲେଖାରେ ଉଲ୍ଲେଖ କରିଛନ୍ତି ଯେ ମଣ୍ଡେଲା ଗାନ୍ଧୀଙ୍କୁ ମହାନ ଯୋଦ୍ଧା ଭାବୁଥିଲେ, ଯାହାଙ୍କ ଭିତରେ ମାନବ ସମାଜରେ ପ୍ରଚଳିତ ଥିବା ବିରୋଧାଭାଷ ମଧ୍ୟରେ ସମ୍ପର୍କ ସ୍ଥାପନା କରିବାର ଅତୁଳନୀୟ ପ୍ରତିଭା ଥିଲା ।    

ଗାନ୍ଧୀଙ୍କ ପ୍ରଶଂସାରେ ମୋଦୀ ଲେଖିଛନ୍ତି, ଦୁନିଆର ଅନେକ ବଡ ଆନ୍ଦୋଳନ ହୋଇଛି । ଭାରତରେ ସ୍ୱାଧିନତା ପାଇଁ ମଧ୍ୟ ଅନେକ ଆନ୍ଦୋଳନ ହୋଇଛି, କିନ୍ତୁ ଏହି ସବୁଠାରୁ ଗାନ୍ଧୀଙ୍କ ସଂଘର୍ଷ ସବୁଠାରୁ ଅଲଗା ଥିଲା । ସେ କେବେ କୌଣସି ସରକାରୀ ପଦବୀ ନେଇ ନାହାନ୍ତି । ତାଙ୍କ କ୍ଷମତା ମୋହ ନଥିଲା । 

ପିଏମ ମୋଦୀ ଲେଖିଛନ୍ତି, ନିଜକୁ ଠିକ ରାସ୍ତାରେ ଚାଲେଇବା ପାଇଁ ଗାନ୍ଧୀ ଆମର ବେଷ୍ଟ ଟିଚର । ମାନବତା, ସତତ ବିକାଶ ଏବଂ ଆର୍ଥିକ ଆତ୍ମନିର୍ଭରତା, ଗାନ୍ଧୀଙ୍କ ପାଖରେ ସମସ୍ତଙ୍କ ପାଇଁ ସମାଧାନ ଥିଲା । ଏହାସହ ମୋଦୀ ଲେଖିଛନ୍ତି ଭାରତ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଆଗକୁ ବଢୁଛି ।