ଜାନୁଆରୀ ୫ରେ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରିପଦା : ଜାନୁଆରୀ ୫ ରେ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥତ୍ପାଇଁ ଏବେଠୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବାରିପଦାର ଐତିକାସିକ ଛଉପଡିଆରେ ମୋଦି ଜିଲ୍ଲାବାସୀଙ୍କୁ ଉଦ୍ ବୋଧନ  ଦେବାର କାର୍ଯ୍କ୍ରମ ରହିଛି । ସଭାସ୍ଥଳ ନିକଟସ୍ଥ ପୋଲିସ ପଡିଆରେ ମୋଦିଙ୍କ ହେଲିକପ୍ଟର ଓହ୍ଲାଇବ । ତେଣୁ ଗତକାଲି ଠାରୁ ଏହାର ମକଡ୍ରିଲ୍ ସରିଛି । ଆଜି ଏହାର ସମୀକ୍ଷା କରଛି କେନ୍ଦ୍ର ପେଟ୍ରୋଲୋୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଅପରାହ୍ନରେ ପୋଲିସ ପଡିଆରେ ଓହ୍ଲାଇ ଛଉପଡିଆ ଯାଇ ବୁଲି ଦେଖିଛନ୍ତି । ପରେ ସ୍ଥାନୀୟ ସର୍କିଟ ହାଉସ ଟାରେ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇବ ବୋଲି ଚେତାବନୀ ଦେଇଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚ। ।